July 4, 2025
Home » +2 ପରୀକ୍ଷା ଖାତା ମୂଲ୍ୟାଙ୍କନ ବର୍ଜନ କରିବାକୁ ବୈଠକ ଅନୁଷ୍ଠିତ

+2 ପରୀକ୍ଷା ଖାତା ମୂଲ୍ୟାଙ୍କନ ବର୍ଜନ କରିବାକୁ ବୈଠକ ଅନୁଷ୍ଠିତ

0
WhatsApp Image 2025-03-30 at 12.55.53 PM

ସୁବର୍ଣ୍ଣପୁର –ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର +2 ପରୀକ୍ଷା ଖାତାର ମୂଲ୍ୟାଙ୍କନ ବର୍ଜନ କରି ଅନିର୍ଦିଷ୍ଟ କାଳ ପାଇଁ ଗାନ୍ଧୀ ମାର୍ଗ ରେ ଧାରଣା ଦେବାପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଂଘର ସଭାପତି ଉଦ୍ଧବ ପଧାନଙ୍କ ନେତୃତରେ ସୁବର୍ଣ୍ଣପୁରର ରାମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ତା 02/04/2025 ରେ ଭୁବନେଶ୍ଵରରେ ହେବାକୁ ଥିବା ମହାସମାବେଶରେ 01/06/2008 ରୁ 01/06/2018 ମସିହା ମଧ୍ୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ନିମନ୍ତେ ସଂଘ ତରଫରୁ ଉକ୍ତ ସମାବେଶରେ ଅଧିକ ରୁ ଅଧିକ ସଂଖ୍ୟକ ଯୋଗଦାନ କରି ମହାସମାବେଶକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏଥି ପାଇଁ ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି lଏହି ବୈଠକରେ ସଂଘର ସମସ୍ତ ଖଣ୍ଡ ସଂଯୋଜକ , ଅଧ୍ୟାପକ /ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *