201 କୁଣ୍ଡିୟ ବୈଦିକ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼: ମକର ସଂକ୍ରାନ୍ତି ଅବସରରେ ଶକ୍ତିଧାମ ରାଣୀସତୀ ମନ୍ଦିର ଦ୍ୱାରା 201 କୁଣ୍ଡିୟ ବିଶ୍ୱଶାନ୍ତି ବୈଦିକ ମହାଜଜ୍ଞ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଆୟୋଜନ କରାଯିବ | ଏଥିପାଇଁ ସହରର ବିଭିନ୍ନ ସଂଗଠନକୁ ନେଇ ଏକ ପ୍ରସ୍ତୁତି ବୈଠକ ରାଣୀ ସତୀ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି | ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଣୀସତୀ ମନ୍ଦିର ପରିଚାଳନା କମିଟିର ସଭାପତି ସୁରଜମଲ ସୋନୀ, ଶ୍ରୀ ଦଧିବାମନ ଓ ଧବଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ର ଟ୍ରଷ୍ଟି ଭବାନୀ ପ୍ରସାଦ ହୋତା, ହରିପୁର ନୂଆପଡାର ପୁରୁଷୋତ୍ତମ ମୁନି ଓ ବ୍ରାହ୍ମଚାରୀ ବଶିଷ୍ଠ ପ୍ରମୁଖ ମଂଚାସୀନ ଥିଲେ | ସନ୍ତୋଷ କେଜ୍ରିୱାଲ ପ୍ରଥମେ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ |
ହରିପୁର ଗୁରୁକୁଳର ଆଚାର୍ଯ୍ୟ ପୁରୁଷୋତ୍ତମ ମୁନି ଓ ବ୍ରହ୍ମଚାରୀ ବଶିଷ୍ଠ ଯଜ୍ଞ ର ଆବଶ୍ୟକତା ଓ ମହନୀୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ | ସଭାପତି ଯଜ୍ଞ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଏହି ବୈଠକରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ, ଗୁଜୁରାତି ସମାଜ, ବଙ୍ଗାଳୀ ସମାଜ, ମାରାୱାଡି ସମାଜ ଆଦି ସଂଗଠନର ରାଜେନ୍ଦ୍ର ନାରାୟଣ ମିଶ୍ର, ରାମ ନାରାୟଣ ମିଶ୍ର, ସତ୍ୟବ୍ରତ ପଣ୍ଡା, ମୀନକେତନ ମିଶ୍ର, ପ୍ରେମଚନ୍ଦ ଜୈନ, ରମେଶ କାନୋଡିଆ, ମହେଶ ଇନ୍ଦୋରିଆ, ଶେଖର ସିନ୍ହା, ଅଶୋକ ସିନ୍ହା, ମୁକେଶ ଚାୱଡ଼ା, ରାଜ କୁମାର ଅଗ୍ରୱାଲ, କୈଳାସ ମିତ୍ତଲ, ଚିତ୍ତରଂଜନ ସାହୁ, ବଂଶୀଧର ସାହୁ, ଶରତ ମିଶ୍ର, ପ୍ରମୋଦ ଦୋଡକା ପ୍ରମୁଖ ଉପସ୍ଥିତ ଥାଇ ନିଜ ମତାମତ ଦେଇଥିଲେ |
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )