ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ବିଜେଡି ନେତା ଗୌର ଚନ୍ଦ୍ର ଛତ୍ରିୟା ଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକ, କ୍ରୀଡାବିତ୍ ତଥା ବରିଷ୍ଠ ବିଜେଡି ନେତା ଗୌର ଚନ୍ଦ୍ର ଛତ୍ରିୟାଙ୍କର ହୃଦ୍ ଘାତ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥଲା। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଧର୍ମଗଡ ସରକାରୀ ଚିକିତ୍ସାଳୟକୁ ଅଣାଯାଇ ଥିଲା।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।କାଙ୍କେରୀ ଗ୍ରାମ ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ଛାତ୍ର ଜୀବନରୁ ସେ ଜଣେ ଫୁଟବଲ୍ ଖେଳାଳି ଭାବେ ଜିଲ୍ଲାରେ ବେଶ୍ ପରିଚିତ ଥିଲେ। ଶିକ୍ଷକତା ରୁ ଅବସର ଗ୍ରହଣ କରିବା ପରେ ସ୍ୱର୍ଗତ ଛତ୍ରିୟା ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଦାୟିତ୍ଵ ନିର୍ବାହ କରିବା ସହ ଜଣେ ତୃଣମୂଳ ସ୍ତରୀୟ ନେତାଭାବେ ଅଞ୍ଚଳରେ ସୁପରିଚିତ ଥିଲେ।
ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ତ୍ରୀ ,ଏକ ମାତ୍ର ଝିଅ ଓ ଜ୍ବାଇଁ, ପରିବାର ବର୍ଗ, ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିବା ବେଳେ ପୁତୁରା ଅଜୟ ଛତ୍ରିୟା ମୁଖାଗ୍ନୀ ଦେଇଥିଲେ। ତାଙ୍କର ବିୟୋଗରେ ଧର୍ମଗଡ ର ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ଓ ମୌଷଧି ବାଗ,ଜିଲ୍ଲା ସମ୍ପାଦକ ଭବାନୀ ମିଶ୍ର, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ବିଜେଡ଼ି ନେତ୍ରୀ କଲ୍ୟାଣୀ ନାଏକ, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଅଜିତ କୁମାର ସାହୁ, ଭବାନୀ ପଣ୍ଡା, ଧୀରେନ୍ଦ୍ର ପାତ୍ର,ଧର୍ମଗଡ ଏନଏସି ର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷା ହୀରା ବାଗ, ଆରଏମସି ଉପାଧ୍ୟକ୍ଷ ବିବେକ ମିଶ୍ର, ବରିଷ୍ଠ ବିଜେଡି ନେତା ଅଶୋକ ପଟ୍ଟଯୋଷୀ,ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ