ରାଜଧାନୀରେ ୩୭୧ ମେଢ଼:ନୁଆସାହି ଓ ବଡ଼ଗଡ଼ ରେ ସର୍ବୋଚ୍ଚ ଗଣେଶ
ଭୁବନେଶ୍ୱର: ଗଣେଶ ପୂଜା ଅବସରରେ ସହର ବର୍ଜ୍ୟ ପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମର ସ୍ୱତନ୍ତ୍ର ପଦକ୍ଷେପ । ବିଭିନ୍ନ ଗଣେଶ ପୂଜା ମଣ୍ଡପରୁ ଦେବାର୍ଚ୍ଚନ ଫୁଲ ସଂଗ୍ରହ ଏବଂ ଏହାର କାର୍ଯ୍ୟକାରିତା ଉପରେ, ବି. ଏମ୍. ସି. ତିନୋଟି ପ୍ରଶାସନିକ ଜୋନରେ ଉତ୍ସର୍ଗୀକୃତ ଯାନ ଚଳାଚଳ ଆରମ୍ଭ କରିଛି । ଉପଲବ୍ଧ ସୂଚନା ଅନୁଯାୟୀ ଦକ୍ଷିଣ ମଣ୍ଡଳରେ 179ଟି, ଦକ୍ଷିଣ-ପୂର୍ବ ମଣ୍ଡଳରେ 122ଟି ଏବଂ ଉତ୍ତର ଜୋନରେ 70ଟି ମଣ୍ଡପ ରହିଛି । ମଣ୍ଡଳ କମିଶନରମାନେ ପୂର୍ବରୁ ମଣ୍ଡପ ସଦସ୍ୟଙ୍କ ସହ ବୈଠକ କରିସାରିଛନ୍ତି । ପ୍ରର୍ତ୍ୟେକ ଜୋନରେ ଗୋଟିଏ ଉତ୍ସର୍ଗୀକୃତ ଯାନ ପୂଜା ବର୍ଜ୍ୟ ସଂଗ୍ରହ ପାଇଁ ଦିନକୁ ଦୁଇଥର ମଣ୍ଡପକୁ ଯିବ ଯେଉଁଠାରେ ସ୍ଥାନୀୟ ପରିମଳ ନିରୀକ୍ଷକମାନେ ଯୋଗାଯୋଗ କରିବେ ।

ବଡ଼ଗଡ଼ ରେ ୬୧ ପୁଟ
ବର୍ଜ୍ୟବସ୍ତୁ ସଂଗ୍ରହ ପରେ, ପରବର୍ତ୍ତୀ ସ୍ତରର ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ଏମସିସିକୁ ଅଣାଯିବ । ସେଠାରେ ଏହି ପୁଷ୍ପ ବର୍ଜ୍ୟକୁ ଶୁଖାଇବା ଏବଂ ସେଥିରୁ ଧୂପକାଠି ପ୍ରସ୍ତୁତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । “ଏହି ପଦକ୍ଷେପର ଆସ୍ଥା, ସୌନ୍ଦର୍ଯ୍ୟ ଏବଂ ପରିବେଶ ଭଳି ତିନୋଟି ପ୍ରଭାବ ରହିଛି । ଏଭଳି ସୁବିଧା ଆରମ୍ଭ ହେବା ପୂର୍ବରୁ ସଂଗୃହୀତ ବର୍ଜ୍ୟବସ୍ତୁ ସାଧାରଣତଃ ଜଳାଶୟରେ ବୁଡ଼ାଇ ଅନ୍ୟ ଆବର୍ଜନା ସ୍ଥାନରେ ଫିଙ୍ଗି ଦିଆଯାଉଥିଲା ।

ନୂଆପଲ୍ଲୀ ର ନୂଆସାହି ରେ ୬୩ ପୁଟ ଉଚ୍ଚତା ମେଢ଼
ଏଭଳି ପ୍ରଥା ପରିବେଶକୁ ପ୍ରଦୂଷିତ କରୁଥିଲା ଏବଂ ଲୋକଙ୍କ ଧାର୍ମିକ ବିଶ୍ୱାସକୁ ଅଣଦେଖା କରାଯାଉଥିଲା । ଅନ୍ୟ ପକ୍ଷରେ, ସହର ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଥିଲା । ଏପରି ପଦକ୍ଷେପ ଦ୍ୱାରା ସହର ସୌନ୍ଦର୍ଯ୍ୟ ଏବଂ ପରିବେଶ ଦୃଷ୍ଟିରୁ ଭଲ ହେବା ସହ ଧାର୍ମିକ ତଥା ଆମର ପରମ୍ପରା ଦୃଷ୍ଟିକୋଣରୁ ଏହା ନାଗରିକଙ୍କ ଭାବାବେଗ କୁ ସମ୍ମାନ ଦେବ ” କହିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା।
