February 25, 2026
Home » ଆଲୋକର ପର୍ବ ଦିପାବଳୀ
Screenshot 2025-10-21 173142

ଆଲୋକର ପର୍ବ ଦିପାବଳୀ। ଅନ୍ଧାର ଉପରେ ଆଲୋକର ହୋଇଛି ବିଜୟ। ତେବେ ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷ ମାନଙ୍କୁ ଆଜିର ଏହି ପବିତ୍ର ତିଥିରେ କାଉଁରିଆ କାଠି ଜାଳି ବିଦାୟ ଦିଆଯାଇଥାଏ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥିଙ୍କ ଗହଳି ଜମିଛି। ପୟାଶ୍ରାଦ୍ଧ ସହିତ ଦୀପଦାନ କରି ପିତୃପୁରୁଷଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଚାରୋଟି ସ୍ଥାନରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଭକ୍ତ। ପରମ୍ପରା ଅନୁସାରେ ମହାଳୟା ପରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଏ। ବଡଦାଣ୍ଡରେ ପୟାଶ୍ରାଦ୍ଧ ଦେଲେ ପିତୃପୁରୁଷ ପ୍ରାପ୍ତ ହୋଇଥାନ୍ତି। ସେପଟେ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କଲେ ଅନେକ ପୁଣ୍ଯ ମିଳିଥାଏ ବୋଲି ବିଶ୍ବାସ ରହିଛି। ବଡଦାଣ୍ଡରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ସେବନ କରି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *