October 29, 2025
Home » ନଭେମ୍ବର ୧ ତାରିଖ ରୁ ଆସନ୍ତା ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳ ରେ ମାଛ ଧରା କଟକଣା

ନଭେମ୍ବର ୧ ତାରିଖ ରୁ ଆସନ୍ତା ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳ ରେ ମାଛ ଧରା କଟକଣା

0
Screenshot 2025-10-28 154335

ଆସନ୍ତା ନଭେମ୍ବର ୧ ତାରିଖ ରୁ ଆସନ୍ତା ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳ ରେ ମାଛ ଧରା କଟକଣା ଲାଗୁହେବ। ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଲାଗୁହେବ। କାରଣ ନଭେମ୍ବର ମାସ ରୁ ହିଁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପ ସାଗର କୁ ଆସି ସମାଗମ କରିଥାନ୍ତି। ଏଣୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡ ରେ ଯେଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ନ ହୁଏ ସୁରକ୍ଷା ଦୃଷ୍ଟି ରୁ ପୁରୀ ର ଦେବୀ ନଦୀ ଓ କେଳୁଣି ନଦୀ ମୁହାଣ ରୁ ୫ କିଲୋମିଟର ଯାଏ ନିଷିଦ୍ଧଞ୍ଚଳ। ଏହି ଅଞ୍ଚଳ ରେ କୌଣସି ଡଙ୍ଗା, ଟ୍ରଲର ଚଳାଚଳ ଅନୁମତି ନ ଥାଏ। ସମୁଦ୍ର କୂଳ ରୁ ୨୦ କିଲୋମିଟର ସମୁଦ୍ର ଭିତରରେ ଟ୍ରଲର ଚାଳଚଳ ସଂପୂଣ୍ଣ ନିଷିଦ୍ଧ ଥାଏ। ହେଲେ ଏହାକୁ କେତେକ ଟ୍ରଲର ଚାଳକ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି। ହେଲେ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଠିକ୍ ରେ ସମୁଦ୍ର ଭିତରେ ପେଟ୍ରଲିଂ କରୁନଥିବା ହେତୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇ ଆସୁଚି। ତେବେ ଚଳିତ ବର୍ଷ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ କୁ ରୋକାଯାଇପାରିବ ସେ ନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ୍ ପୋଲିସ , ସାଗର ମିତ୍ର ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କିଭଳି ସାମୁଦ୍ରିକ ପେଟ୍ରୋଲିଂ ଠିକଣା ଭାବେ ହୋଇ ପାରିବ, ବେଆଇନ ଟ୍ରଲର ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, କଇଁଛ ଙ୍କ ଅଣ୍ଡା କୁ କିଭଳି ସୁରକ୍ଷିତ ରଖିହେବ ସେ ନେଇ ବିଶେଷ ଆଲୋଚୋନା ହୋଇଛି।

ପୁରୀ ଜିଲ୍ଲା ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ କୁହନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧ ରୁ ମେ ମାସ ୩୧ ଯାଏ କଇଁଛ ଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କଇଁଛ ଙ୍କ ସୁରକ୍ଷା ପାଇଁ ଜଏଣ୍ଟ ପେଟ୍ରୋଲିଂ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଦ୍ବାରା ହେବ। କଇଁଛ ଙ୍କ ସୁରକ୍ଷା ପାଇଁ ଆମେ ସମୁଦ୍ର କୁ ଯାଉଥିବା ମତ୍ସ୍ୟ ଯିବି ଙ୍କୁ ସଚେତନ କରୁଚୁ। ତେବେ ଯେଉଁ ମାନେ ନିୟମ ଉଲଘଂନ କରି କଇଁଛ ଙ୍କ ସୁରକ୍ଷା ବିପନ୍ନ କରିବେ ତାଙ୍କ ବିରୋଧ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଯେଉଁ ଅଞ୍ଚଳ ରେ କଟକଣା ରହିଚି ସେହି ଅଞ୍ଚଳ ର ପ୍ରଭାବିତ ହେଉଥିବା ମତ୍ସ୍ୟଯିବି ପରିବାର କୁ ଆମ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା କ୍ଷତି ପୂରଣ ରାଶି ପ୍ରଦାନ କରାଯାଉଛି।

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ସୁରକ୍ଷା ଦାୟିତ୍ଵ ରେ କର୍ମଚାରି ଓ ବ୍ୟକ୍ତି ବିଶେଷ ଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ। ପୁରୀ ର ବାଲୁଖଣ୍ଡ, ବ୍ରହ୍ମଗୀରି, କୋଣାର୍କ ଓ ଅସ୍ତରଙ୍ଗ ବନାଞ୍ଚଳ ରେ ହାଚେରି ତିଆରି କରାଯାଏ। କଇଁଛ ଙ୍କ ସୁରକ୍ଷା ପାଇଁ ୨ ଟି ଟିମ୍ ରଖାଯାଏ। ୫ ଜଣ ୱାଚର୍ କୁ ରଖାଯାଏ। ସମୁଦ୍ର ରେ ପେଟୋଲିଂ ପାଇଁ ବୋଟ ବ୍ୟବସ୍ଥା ରହିଛି। ଓଡ଼ିଶା ମେରାଇନ ଫିସରି ରେଗୁଲେଟରି ଆକ୍ଟ ଅନୁଯାୟୀ ବେଆଇନ ଟ୍ରଲର କୁ ଜବତ କରାଯିବା ସହ ମାଛ କୁ ଜବତ କରାଯାଇ ନିଲାମ କରାଯାଏ। ବନ ବିଭାଗ ସୂଚନା ଅନୁଯାୟୀ ଗତ ବର୍ଷ ୨୦୨୪-୨୫ ରେ ୧୭୦ କଇଁଛ ଙ୍କ ମୃତ୍ୟୁ ହୋଇଥିଲା। ୨୦୨୩-୨୪ ରେ ୫୬୮, ୨୦୨୨-୨୩ ରେ ୮୯୮ କଇଁଛ ଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ତଥ୍ୟ କୁ ଗ୍ରହଣ କରିନାହାନ୍ତି ପରିବେଶବିତ୍। ପରିବେଶବିତ ଙ୍କ ଅଭିଯୋଗ ବନ ବିଭାଗ ନିଜର ବିଫଳତା କୁ ଲୁଚାଇବାକୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଚି।

ପରିବେଶବିତ ସରୋଜ କୁମାର ଜେନା କୁହନ୍ତି, ଆମ ଉପକୂଳ କୁ ଅଲିଭ ରିଡ଼ଲେ କଇଁଛ ଆସୁଥିବାରୁ ଏହା ଆମ ପାଇଁ ଗର୍ବ ର କଥା।ଏହି କଇଁଛ ଙ୍କ ଆଗମନ ମଧ୍ୟ ପର୍ଯ୍ୟଟକ ଙ୍କୁ ବହୁତ୍ ଆକର୍ଷିତ କରୁଛି ପୁରୀ କୁ ଆସିବାକୁ । କିନ୍ତୁ କଇଁଛ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭାଗ ର ଅବହେଳା ଆମେ ଦେଖି ଆସୁଛୁ । ଅଲିଭ ରିଡ଼ଲେ କଇଁଛ ଆସୁଥିବା ଅଞ୍ଚଳ କୁ ସଫା କରାଯାଉନି। ନିଷିଦ୍ଧ ଅଞ୍ଚଳରେ ବେଆଇନ ଟ୍ରଲର ପ୍ରବେଶ ଯୋଗୁ ଅନେକ କଇଁଛ ଙ୍କ ମୃତ୍ୟୁ ହେଉଚି। ହେଲେ ବେଆଇନ ଟ୍ରଲର ବିରୋଧ ରେ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଅନେକ ଟ୍ରଲର ଠାରୁ ଅର୍ଥ ନେଇ କର୍ମଚାରି ମାନେ ଖସାଇ ଦେଉଛନ୍ତି। କଇଁଛ ଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ହେଉଥିବା ବୈଠକ ରେ କଇଁଛ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସ୍ବେଛାସେବୀ , ଗ୍ରାମବାସୀ ଙ୍କୁ ସାମିଲ କରାଯାଉନାହିଁ। କେବଳ କାଗଜ କଲମ ରେ ପ୍ରସ୍ତୁତି ହେଉଚି। ବନ ବିଭାଗ ପ୍ରକୃତ ରେ କଇଁଛ ଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଚି। ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ ପାଇଁ ଯାଉ ନାହାନ୍ତି। ଫଳରେ ସଠିକ୍ ଢଙ୍ଗରେ କଇଁଛ ଙ୍କ ସୁରକ୍ଷା କାର୍ଯ୍ୟ ହୋଇ ପାରୁନି। ପ୍ରତିବର୍ଷ କଇଁଛ ଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ ଏହାର ବାଟ ମାରଣା କରୁଛନ୍ତି ଅଧିକାରୀ ମାନେ। ଏଣୁ ସରକାର ଏହାର କଡା ଅନୁଧ୍ୟାନ କରନ୍ତୁ। ନ ହେଲେ କଇଁଛ ଙ୍କ ମୃତ୍ୟୁ ରେ ରୋକ୍ ଲାଗିବା ପରିବର୍ତ୍ତେ ବଢ଼ି ଚାଲିବ।

ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟ ଯିବି ମହାସଂଘ ସଭାପତି ବାବୁଲା ପ୍ରସାଦ କୁହନ୍ତି, ବେଆଇନ ଟ୍ରଲର କୁ ଧରିବା ପାଇଁ ମେରାଇନ ଥାନା ରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ସ୍ପିଡ ବୋଟ ନାହିଁ। କର୍ମଚାରି ଙ୍କୁ ଆବଶ୍ୟକ ତାଲିମ ଦିଆଯାଇନାହିଁ। ଫଳରେ ସମୁଦ୍ର ଭିତରେ ବେଆଇନ ଟ୍ରଲର କୁ ଧରାଯାଇପାରୁନି। ଏଣୁ ସମୁଦ୍ର ଭିତରେ ପେଟ୍ରୋଲିଂ ପାଇଁ ଆଧୁନିକ ଭିତ୍ତିଭୂମି ବ୍ୟବସ୍ଥା ହେବା ଦରକାର। ତେବେ ଦେବୀ ନଦୀ ମୁହାଣରେ ମାଛ ମାରିବାକୁ କଟକଣା ଥିବାରୁ ସେଠାରେ ରହୁଥିବା ମତ୍ସ୍ୟଯିବି ଙ୍କୁ ସରକାର ମାତ୍ର ୧୦ ହଜାର ଟଙ୍କା ୬ ମାସ ପାଇଁ କ୍ଷତି ପୂରଣ ଦେଉଛନ୍ତି। ଯାହାକି ପର୍ଯ୍ୟାପ୍ତ ନୁହେଁ। ଏଣୁ ଏହି ସହାୟତା ରାଶି ସରକାର ୩୦ ହଜାର ଟଙ୍କା କରିବାକୁ ଆମେ ଦାବି କରିଚୁ। ଏହାକୁ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଗରିବ ମତ୍ସ୍ୟଯିବି ମାନେ ଏହା ଦ୍ଵାରା ଉପକୃତ ହୋଇ ପାରିବେ। ପୁରୀ ଜିଲ୍ଲାରେ ୫୦ ହଜାର ମତ୍ସ୍ୟଯିବି ଅଛନ୍ତି।

Leave a Reply

Your email address will not be published. Required fields are marked *