November 28, 2025
Home » ଡିସେମ୍ବର ୧ତାରିଖରୁ ଭକ୍ତଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର

ଡିସେମ୍ବର ୧ତାରିଖରୁ ଭକ୍ତଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର

0
Screenshot 2025-11-28 145348

ଦୀର୍ଘ ୬ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମବେଦି ଦେଖିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ l କରୋନା ମହାମାରୀ ପରଠାରୁ ବନ୍ଦ ହୋଇ ରହିଥିଲା ଗୁଣ୍ଡିଚା ମନ୍ଦିର l ଭକ୍ତ ମାନେ ଟିକେଟ କରି ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ l ଜଣେ ଭକ୍ତଙ୍କ ପିଛା ଟିକେଟ ମୂଲ୍ୟ ୧୦ଟଙ୍କା ରହିଥିବାବେଳେ ୫ବର୍ଷରୁ କମ, ୮୦ବୟସରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ନିଶୁକ୍ଳ l ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତ ମାନେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ କେବଳ ଶୀତଦିନେ ନଭେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର l

ଗୁଣ୍ଡିଚା ମନ୍ଦିର ଉନ୍ନତି ମୂଳକ କିଛି ବାକି ରହିଥିବାରୁ ସିଂହଦ୍ୱାର ଦେଇ ଭକ୍ତ ମାନଙ୍କ ପ୍ରବେଶ ପ୍ରସ୍ତାନ କରିବାର ବ୍ୟବସ୍ଥା ହୋଇଛି l ସେପଟେ ଭକ୍ତମାନଙ୍କ ଜୋତା ଓ ମୋବାଇଲ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଶୁକ୍ଳ କରାଯାଇଛି l ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ର୍ୟାମ୍ପ ବ୍ୟବସ୍ଥା କରାଯାଇଛି ସ୍ବେଛାସେବୀ ମାନେ ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ନିୟୋଜିତ କରାଯିବ l ତ୍ରୁଟି ଶୂନ୍ୟ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ହୋଇଛି l ପରିଚାଳନା କମିଟିର ସଦସ୍ୟ ମାନେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି l ଭକ୍ତମାନେ ଶୃଙ୍ଖଳିତ ସୁରକ୍ଷିତ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ୱ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *