February 22, 2026
Home » 28 ତାରିଖ ଓଡିଶା ବନ୍ଦକୁ ସମର୍ଥନ କରିବ କଂଗ୍ରେସ

28 ତାରିଖ ଓଡିଶା ବନ୍ଦକୁ ସମର୍ଥନ କରିବ କଂଗ୍ରେସ

0
WhatsApp Image 2026-01-27 at 12.16.12 PM

l
ଭୁବନେଶ୍ୱର/ ସୁବର୍ଣ୍ଣପୁର– ଆସନ୍ତା 28 ଜାନୁଆରୀ ରେ ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ନେଇ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି lସୂଚନାଯୋଗ୍ୟ, ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ବିଜୁଳି ଟାରିଫକୁ ନେଇ ରାଜ୍ୟରେ ସରକାର, ଓଇଆରସି ଓ ଟାଟା ପାୱାରର ମନମାନି ତଥା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଅଛି lଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀ ଦାସ କହିଛନ୍ତି l ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉକ୍ତ ବନ୍ଦ ପାଳନକୁ ସମର୍ଥନ ଜଣାଇବା ପାଇଁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିବା ପିସିସି ଗଣମାଧ୍ୟମ ବିଭାଗ ତରଫରୁ ପ୍ରକାଶ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *