March 12, 2025
Home » 36 ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ଜାନୁଆରୀ 19 ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

36 ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ଜାନୁଆରୀ 19 ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

0

ସୁବର୍ଣ୍ଣପୁର — 36 ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ଜିଲ୍ଲା କ୍ରିକେଟ ସଂଘ ସଭାପତି ଶ୍ରୀ ରାମ ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂପାଦକ ପ୍ରଦୀପ ସେଠି , ଉପ ସଭାପତି ବି ସତ୍ୟ ନାରାୟଣ ରାଓ, କ୍ଷେତ୍ର ବାସୀ ସାହୁ, ସହ ସଂପାଦକ ପାର୍ଥ ସାରଥୀ କର, ବାଙ୍କା ବିହାରୀ ମହଲା, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର୍ ପାତ୍ର, ଲାଲ୍ ମନି କ୍ରିକେଟ କୋଚ ରାଜେନ୍ଦ୍ର ମିଶ୍ର, ପିଚ୍ କୁରେଟର ବି ସୁଦର୍ଶନ ପାତ୍ର, ଟିମ କୋଡ଼ିନେଟର ନବ କୁମାର ମିଶ୍ର, ଟୁର୍ଣ୍ଣlମେଣ୍ଟ ଡାଇରେକ୍ଟର ଗିରୀଗୋବର୍ଦ୍ଧନ ଥନାପତି, ଉପଦେଷ୍ଟା ସୁଧାଂଶୁ ଶେଖର ମିଶ୍ର , ସଦସ୍ୟ ବିନୋଦ ପାତ୍ର, ନାଗେଶୁ ପାତ୍ର, ସୁରଜ୍ ପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଏବର୍ଷ ଲାଲ ମନି କ୍ରିକେଟ ରେ ସର୍ବ ମୋଟ 9 ଗୋଟି ଦଳ ଭାଗ ନେଇଥିବା ବେଳେ ଓଡ଼ିଶା ର ଚାରି ଗୋଟି ଦଳ ଓ ବାହାର ରାଜ୍ୟ ର ପାଞ୍ଚ ଗୋଟି ଦଳ ଭାଗ ନେଉଥିବା ସୂଚନା ମିଳିଛି l ଆସନ୍ତା ଜାନୁଆରୀ 18 ତାରିଖ ରେ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଏହି ଟର୍ଣ୍ଣlମେଣ୍ଟ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁଆରୀ 19 ତାରିଖ ରୁ 26 ତାରିଖ 0 ପର୍ଯ୍ୟନ୍ତ ଏହି ମ୍ୟାଚ୍ ଚାଲୁ ରହିବ l ଅନେକ କ୍ରିକେଟ ତାରକା ଙ୍କ ସମେତ ଅନେକ ନେତା ଅଭିନେତା,ଅଭିନେତ୍ରୀ ଏଥିରେ ଯୋଗ ଦେବା ର କାର୍ଯ୍ୟକ୍ରମ ଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ l ଟି ଟ୍ୱେଣ୍ଟି ଟି ଟେନ୍ ଫର୍ମାଟ ଓ ସୁପର ଟୁ ଓଭର ଫର୍ମାଟ ରେ ମ୍ୟାଚ୍ ଖେଳାଯିବ l ବିଜେତା ଦଳ କୁ ଲାଲମନି ଟ୍ରଫି ସହ ନଗଦ 80 ହଜାର ଟଙ୍କା ଓ ଉପ ବିଜେତା ଦଳ କୁ 50 ହଜାର ଟଙ୍କା ନଗଦ ଆକାରରେ ପ୍ରାଇସ ପ୍ରଦାନ୍ କରାଯିବ ବୋଲି ସୂଚନା ମିଳିଛି l ଲଟେରୀ ମାଧ୍ୟମ ରେ ନଅ ଜଣ ଫ୍ରାଞ୍ଚାଇଜ ନଅ ଗୋଟି ଟିମ କୁ ଚୟନ କରିଥିବା ବେଳେ ନାଇସେଟ ଏକାଡେମି ର ଅଧ୍ୟକ୍ଷ ରମଣ କୁମାର୍ ପଧାନ ବାପୁଜୀ କ୍ଳବ୍ ଭୁବନେଶ୍ବର ଦଳ କୁ ଚୟନ କରିଛନ୍ତି l ସେହିପରି ଡି ଏସ ସି ନିଉଦିଲ୍ଲୀ ଦଳକୁ ମା ବଗଳା ଜ୍ୱେଲର୍ସ ର ପ୍ରୋପାଇଟର ରୁପେଶ ଅଗ୍ରୱାଲା ଚୟନ କରିଥିବା ବେଳେ ଏନ୍ ଏସ୍ ଏସ ପ୍ରୟାଗ ରାଜ ଉତ୍ତରା ଖଣ୍ଡ ଦଳ କୁ ଏସ ଏସ ଏକାଡେମୀ ର ଅଧ୍ୟକ୍ଷ ଅମିତ୍ କୁମାର୍ ସାହୁ ଚୟନ କରିଛନ୍ତି l ନବ ଜୀଵନ ଟିମ ସୁନ୍ଦରଗଡ଼ ଦଳ କୁ ସମଲେଶ୍ଵରୀ ନର୍ସିଂ ହୋମ ର ଅଧ୍ୟକ୍ଷ ପିଙ୍କୁ ରଥ ଚୟନ କରିଥିବା ବେଳେ ଏନ୍ ସି ଏ ମଥୁରା ଦଳ କୁ ଅଲ୍ଫା ଏଜୁକେଶନ ହବ ର ଅଧ୍ୟକ୍ଷ ମହାଦେବ ମହଲା ଚୟନ କରିଛନ୍ତି l ସେହିପରି ଶେର ସାହା ଭାଇଜାଗ ଦଳ କୁ ମହାନଦୀ ଧାରା ର ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର ଚୟନ କରିଥିବା ବେଳେ ସେର ସାହା ରାଞ୍ଚି ଦଳ କୁ ଉଡ଼ାଓ ଅନୁଷ୍ଠାନ ର ଉଦ୍ୟୋକ୍ତା ଓ କୋଡ଼ି ନେଟର ଅରବିନ୍ଦ ବାରିକ୍ ଓ ଅମିୟ ରଞ୍ଜନ ଦାଶ ଚୟନ କରିଛନ୍ତି l ସଂସ୍କାର ଏଗ୍ରୋ ର ଏମ ଡି ଲୋକନାଥ ରଥ ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ବର ଦଳ କୁ ଚୟନ କରିଥିବା ବେଳେ ଏସ ଡି ସି ଏ ସୁବର୍ଣ୍ଣପୁର ଦଳ କୁ କେ ବର୍ଷା ଦେବୀ ଓ ବି ପୁରୁଷୋତ୍ତମ୍ ପାତ୍ର ଚୟନ କରିଥିବା ବିଷୟ କ୍ରିକେଟ ସଂଘ ସଂପାଦକ ପ୍ରଦୀପ ସେଠି ଙ୍କ ଠାରୁ ସୂଚନା ମିଳିଛି l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *