October 16, 2024

ସୁବର୍ଣ୍ଣପୁର — ସୋନପୁର ମଝିପଡ଼ା ର 56 ତମ ସାର୍ବଜନୀନ କାଳୀପୂଜା ପାଇଁ ରାମଧୁନ କ୍ଲବ ର ସମ୍ପାଦକ ଶ୍ରୀଯୁକ୍ତ ପିୟୁଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଝିପଡ଼ା ମାଉସୀ ମାଁ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭା ରେ ପ୍ରଥମେ କ୍ଲବ ର ପ୍ରତିଷ୍ଠାତା ତଥା ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବଳରାମ ପଣ୍ଡାଙ୍କ ବିୟୋଗ କୁ ସମ୍ମାନ ଜଣାଇ ସମସ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ବୈଠକରେ ଗତ ବର୍ଷ କାଳୀ ପୂଜାର ଆୟ ବ୍ୟୟ ଉପରେ ଆଲୋଚନା କରାଯାଇଥିଲା l ଚଳିତ ବର୍ଷ ରେ ନୂତନ କର୍ମକର୍ତ୍ତା ଭାବରେ ପୁରେନ୍ଦ୍ର ନାଏକ ସଭାପତି, ବୁବୁନ ନାଏକ ଉପସଭାପତି,ସୁରଜ ସାହୁ ସମ୍ପାଦକ, ଚନ୍ଦନ ସାହୁ ସହ- ସମ୍ପାଦକ ଏବଂ ରାଜୀବ କୁମାର ସାହୁଙ୍କୁ କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଲାଇବା ପାଇଁ ପୂଜା କମିଟି ରେ ନିଷ୍ପତ୍ତି ନେଇ ଦାୟିତ୍ୱ ପ୍ରଦାନ କରାଗଲା l ଚଳିତ ବର୍ଷ କାଳୀପୂଜା କୁ ଆହୁରି କିପରି ଆକର୍ଷଣୀୟ କରାଯିବ ସେ ବିଷୟରେ ସମସ୍ତେ ନିଜ ନିଜ ମତାମତ ପ୍ରଦାନ କରିଥିଲେ l ଏହି ବର୍ଷ କିପରି ମାଁଙ୍କୁ ରୁପା ଅଳଙ୍କାର ରେ ସଜ୍ଜିତ କରାଯିବ ସେ ଉପରେ ନିଷ୍ପତ୍ତି ନିଆଗଲା ଏବଂ ତୋରଣ, ଆଲୋକ ସଜ୍ଜା, ସାମୁହିକ ପ୍ରସାଦ ସେବନ, ସନ୍ଧ୍ୟା ଆଳତି ଓ ପ୍ରସାଦ ବଣ୍ଟନ, ପ୍ରତ୍ୟହ ଅନୁଷ୍ଟିତ ହେବାକୁ ଥିବା ଭଜନ , ମେଲୋଡି ପ୍ରୋଗ୍ରାମ ତା ସହିତ ଭସାଣି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରାଗଲା l ଚଳିତ ବର୍ଷ ପୂଜାର ବଜେଟ ପ୍ରାୟତଃ 15 ଲକ୍ଷ ଟଙ୍କା ରଖା ଯାଇଛି l ସଭାରେ ପୂଜା କମିଟି ର ଉପଦେଷ୍ଟା କଇରୁ ସ୍ବାଇଁ, ମନ ବୋଧ ଭୋଇ, ଭାକୋଡୋ ସ୍ବାଇଁ, ରାମଜୀ ନେଗି, ମାନସ ସେଠି, ଜଗତ ବନ୍ଧୁ ତ୍ରୀପାଠୀ, ବାବୁଲୁ ହୋତା, ଶେଷ ଦେବ ମେହେର ପ୍ରମୁଖ ସମସ୍ତ ଉପଦେଷ୍ଟା ଓ ଶତାଧିକ ସଭ୍ୟ ଉପସ୍ଥିତ ରହିଥିବା ବେଳେ ସଭା କାର୍ଯ୍ୟକୁ ବିକାଶ ପଣ୍ଡା ପରିଚାଳନା କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *