October 17, 2024
Home » ବାଇକ ଦୁର୍ଘଟଣା ରେ ଜଣେ ମୃତ-କ୍ଷତି ପୂରଣ ଦାବୀରେ ବିଜୁ ଏକ୍ସପ୍ରେସ ଓ୍ଵେ ଅବରୋଧ।

ବାଇକ ଦୁର୍ଘଟଣା ରେ ଜଣେ ମୃତ-କ୍ଷତି ପୂରଣ ଦାବୀରେ ବିଜୁ ଏକ୍ସପ୍ରେସ ଓ୍ଵେ ଅବରୋଧ।

0

ଗତ ମଙ୍ଗଳବାର ସନ୍ଧ୍ୟାରେ ପର୍ଲା -ଆମଗୁଡା ବିଜୁ ଏକ୍ସପ୍ରେସ ରାସ୍ତା ରେ ଏକ ବାଇକ ଦୁର୍ଘଟଣା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ଆମ୍ବଗୁଡା ଗ୍ରାମର କୁମରମଣିନାଗ( ୬୦)ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ମୃତକ ଜଣକ ଗାଁ ଦେବୀ ଙ୍କ ଦଶରା ଯାତ୍ରା ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ପର୍ଲା ପଟୁ ଆସୁଥିବା ଏକ ବାଇକ ବୃଦ୍ଧଙ୍କୁ ଧକ୍କା ଦେଇଥିଲା।ସ୍ଥାନୀୟ ଲୋକେ କୁମର ମଣି ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନା ପରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ଭବାନୀପାଟଣାରୁ ବୁର୍ଲା ଡାକ୍ତରଖାନାକୁ ରେଫର କରିଥିଲେ। ଯିବା ବାଟରେ ହିଁ ତାଙ୍କର ମୃତ ହୋଇଥିଲା।ପୋଲିସ ଶବ ବ୍ୟବଚ୍ଛେଦ କରି ବୁଧବାର ଦିନ ମୃତ ଶରୀରକୁ ପରିବାର କୁ ହସ୍ତାନ୍ତର କରିବା ପରେ ପରିବାର ଲୋକେ ପର୍ଲା ଆମ୍ବଗୁଡ଼ା ବିଜୁ ଏକ୍ସପ୍ରେସ ରାସ୍ତା ରେ ଶବ ରଖି କ୍ଷତିପୂରଣ ନେଇ ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଜଣକ ନିକଟସ୍ଥ ପିପଲା ଗ୍ରାମର ଶିଶୁଧର ମାଝୀ ବୋଲି ମୃତକଙ୍କ ପରିବାର ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

ରାସ୍ତା ଅବରୋଧ ପରେ ଦୁଇ ପଟେ ଶହ ଶହ ଯାନବାହନ ଅଟକି ରହିଥିଲା।ଲୋକେ ନାହିନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।ଘଟଣା ସ୍ଥଳରେ ଧର୍ମଗଡ ପୋଲିସ ଆସି ପରିବାର ଓ ଆନ୍ଦୋଳନ କାରୀ ଙ୍କୁ ବୁଝାସୁଝା କରିଥିଲେ। ସୁଚନା ଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ଓ୍ଵେ ଦୁଇ ନମ୍ବର ପୋଲର ଆପ୍ରୋଚ ରୋଡ ଅସମ୍ପୂର୍ଣ୍ଣ ଥିବା ଯୋଗୁ ବରଗଡ଼ -, ରାଉରକେଲା ପଟୁ ଆସୁଥିବା ଅନେକ ଯାନବାହାନ ଏଠାରେ ନିୟମିତ ଦୁର୍ଘଟଣାଗ୍ରସ୍ତ ହେଉଛି। ରାସ୍ତା ସଂପୂର୍ଣ୍ଣ ପାଇଁ ବାରମ୍ବାର ପୂର୍ତ୍ତ ବିଭାଗ ଓ କାର୍ଯ୍ୟନିର୍ବାହୀ ଠିକା ସଂସ୍ଥାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଠିକାସଂସ୍ଥା ବିରୋଧୀ ଦଳର ଜଣେ ବରିଷ୍ଠ ନେତାଙ୍କ ଭାଇ ହୋଇଥିବାରୁ ପୂର୍ତ୍ତ ବିଭାଗ ମଧ୍ୟ ତାଙ୍କ ଠାରେ ଅସହାୟ ହେଉଛି। ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ଼ ପୋଲିସ ଅଧିକାରୀ ଦାମୋଦର ବିହାରୀ,ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ। ବହୁ ସମୟ ଧରି ଆଲୋଚନା ପରେ ମୃତକ ଙ୍କ ପରିବାର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର, ରେଡକ୍ରସ ରୁ ୧୦ ହଜାର ଟଙ୍କା ପ୍ରତିଶ୍ରୁତି ଓ ଦୁର୍ଘଟଣା ଘଟାଇ ଥିବା ବ୍ୟକ୍ତି ୫୦ ହଜାର ଟଙ୍କା କ୍ଷତି ପୂରଣ ଦେବା ପରେ ଲୋକେ ଆନ୍ଦୋଳନ ରୁ ଓହରି ଯାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *