November 7, 2024
Home » ନୟାଗଡ଼ରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ନୟାଗଡ଼ରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

0

ସମୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନୟାଗଡ଼ଙ୍କ ଦ୍ଵାରା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପଦଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ନୟାଗଡ଼ ସହର ପରିକ୍ରମା କରିଥଲା । ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳ ପତାକା ଦେଖାଇ ଶୁଭାରମ୍ଭ କରିଥୁଲେ । ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତି ରାଜ୍‌ ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୂକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଳା କ୍ରୀଡ଼ା ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ , ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଶ୍ରୀ ପଦ୍ନଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପଦଯାତ୍ରା ସରିଲା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପ୍ରଶମନ ଉପରେ ଏକ ବୈଠକ ହୋଇଥଲା । ଏଥରେ ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇଥୁଲା ବେଳେ ମୁଖ୍ୟ ଉନ୍ନୟନ ଅଧୂକାରୀ ଶ୍ରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମା ଦ୍ଦାରର ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀ ହେମନ୍ତ ରାଓ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୂକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥୂ ଭାବେ ଉପସ୍ଥିତ ଥିଲେ । ବିପର୍ଯ୍ୟୟ ପାଇଁ କିପରି ଆଗୁଅ। ପଦକ୍ଷେପ ନିଆଯାଇପାରିବ

ଓ ଲୋକମାନଙ୍କୁ ସତର୍କ କରାଯାଇପାରିବ ଏହା ଉପରେ ଅତିଥୁମାନେ ସେମାନଙ୍କର ବକ୍ତବ୍ୟ ରଖିଥ୍‌ଲେ । ୧୯୯୯ମସିହା ମହାବାତ୍ୟା ପୂର୍ବରୁ କୌଣସି ସତର୍କ ସୂଚନା ନ ପାଇ ଓଡ଼ିଶାର ଯେଉଁ କ୍ଷତି ଘଟିଥିଲା ତାହାର ପୁନରାବୃତି ପାଇଁ ବର୍ଭମାନ ଅ।ଗୁଆ ସତର୍କ ସୂଚନା ସହ ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରେ ବିଭାଗୀୟ ଅଧୂକାରୀମାନେ ସରକାରଙ୍କ ନିର୍ଦ୍ଦେଶରେ ତୁରନ୍ତ ପଦକ୍ଷେପ ନେଉଛନ୍ତି । ବିପର୍ଯ୍ୟୟ ସମୟରେ ସ୍ବେଚ୍ଛାସେବୀ ସଂଗଠନମାନଙ୍କ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ସ୍ବେଚ୍ଛାସେବୀ ସଂଗଠନ, ଆପଦ ମିତ୍ର,ପଂଚାୟତ ରାଜର ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ହାତକୁ ହାତ ମିଶାଇ କାମ କରିବା ପାଇଁ ମୁଖ୍ୟ ଅତିଥ ପରାମର୍ଶ ଦେଇଥିଲେ ।


ଏହାର ମୁକାବିଲା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ଏବଂ ଅତିଥିମାନେ ଶପଥ ନେଇଥିଲେl ବିପର୍ଯ୍ୟୟ ସମୟରେ ବିଭିନ୍ନ ସଂଗଠନ ତଥା ବ୍ୟଲ୍ଫ ବିଶେଷଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଥୂଲା । ଆଜିର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କର।ଯାଇଥିଲା । ଏହି ବୈଠକକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତି ରାଜ୍‌ ପୂର୍ବାଭାଷ ଦେବା ସହ ସଂଯୋଜନା କରିଥିଲେ ।

ନୟାଗଡ଼ ଜିଲ୍ଲା ଇପିଏ ରୁ ଗୋକୁଳ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *