52 ହଜାର ଗଞ୍ଜେଇ ଗଛ ନଷ୍ଟ କଲା ମନମୁଣ୍ଡା ପୋଲିସ l
ସୁବର୍ଣ୍ଣପୁର —-ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି l ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଙ୍କ ତତ୍ତ୍ୱlବଧାନ ରେ ପୋଲିସ ମନମୁଣ୍ଡା ଥାନା ଅଞ୍ଚଳ ରୁ ଗଞ୍ଜେଇ ଗଛ କଟା ଆରମ୍ଭ ହୋଇଛି l ମନମୁଣ୍ଡା ପୋଲିସ କେଶ ନମ୍ବର 406/ 14/10/2026 U/s- 20(a)(i) of the NDPS Act, read with section 27(I) of the Orissa Forest Act. ଆଧାର ରେ ମାମଲା ରୁଜୁ ହୋଇଛି l ପୂର୍ବ ବର୍ଷ ତୁଳନା ରେ ଚଳିତବର୍ଷ ପୋଲିସ ଅଧିକ ତତ୍ପରତା ଦେଖାଇ ଯଥେଷ୍ଟ ପୂର୍ବରୁ ଏହି ପଦକ୍ଷେପ ଗ୍ରହଣ କରିଛି l ପୂର୍ବରୁ ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ରେ ଗଞ୍ଜେଇ ଚାଷ କରାଯାଉଥିବା ଅଞ୍ଚଳ ଚିହ୍ନଟ କରାଯାଇଥିଲା l ମନମୁଣ୍ଡା ଥାନା କସୁରବନ୍ଧ ପଞ୍ଚାୟତ ବାଗଡ଼ିଆ ଗ୍ରାମ୍ୟ ଜଙ୍ଗଲ ରେ ଚିହ୍ନଟ କରାଯାଇଥିବା 45 ଏକର ଗଞ୍ଜେଇ ଚାଷ ରୁ ପ୍ରାୟ 10 ଏକର ଚାଷ ନଷ୍ଟ କରାଯାଇଛି l ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଙ୍କ ଉପସ୍ଥିତି ରେ ମନମୁଣ୍ଡା ଆଇ ଆଇ ସି ଚିରଞ୍ଜିବି ବେହେରା ଙ୍କ ପରିଚାଳନା କ୍ରମେ ସଶସ୍ତ୍ର ପୋଲିସ ଦଳ କଟର ସାହାଯ୍ୟ ରେ ଗଞ୍ଜେଇ ଗଛ ସବୁକୁ କାଟି ପୋଡି ନଷ୍ଟ କରିଥିଲେ l ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ଜଙ୍ଗଲ ମଧ୍ୟରେ ସୁରକ୍ଷା ବାଡ଼ ଦେଇ ଗଞ୍ଜେଇ ଚାଷ କରିଛନ୍ତି ମାଫିଆ l ପ୍ରକାଶ ଥାଉକି ଜଙ୍ଗଲ ଭିତରେ ବାଡ଼ ଦେଇ ଯତ୍ନ ସହକାରେ ଗଞ୍ଜେଇ ଚାଷ କରାଯାଉଥିବା ଦେଖିବାକୁ ମିଳିଛି l ପୋଲିସ ଯେତେ ଚଢ଼ାଉ କରି ଗଞ୍ଜେଇ ଧରପଗଡ଼ ସହ ମାଫିଆ ଙ୍କୁ ଗିରଫ କଲେ ସୁଦ୍ଧା ଲାଭଖୋର ମନବୃତ୍ତି ଯୋଗୁଁ ମାଫିଆ ଗଞ୍ଜେଇ ଚାଷ ରୁ ନିଜକୁ ନିବୃତ୍ତ କରିପାରୁନାହାନ୍ତି l ଏଣୁ ଆରମ୍ଭ ରୁ ଗଞ୍ଜେଇ ଚାଷ କୁ ନଷ୍ଟ କରିବାକୁ ପୋଲିସ ଅଭିଯାନ ଆରମ୍ଭ କରିଛି l ଜିଲ୍ଲା ରେ ହେଉଥିବା ଗଞ୍ଜେଇ ଚାଷ କୁ ପର୍ଯ୍ୟାୟକ୍ରମେ ନଷ୍ଟ କରାଯିବ ଓ ଯେଉଁମାନେ ଚାଷ କରୁଛନ୍ତି ଚିହ୍ନଟ କରି ଗିରଫ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିବା ସହ ବନ ବିଭାଗ କୁ ଏ କ୍ଷେତ୍ର ରେ ଅଧିକ ସଜାଗ ଓ ତତ୍ପରତା ଦେଖାଇବା ଆବଶ୍ୟକ ବୋଲି କହିଛନ୍ତି l ପୋଲିସ ର ଏଭଳି ପଦକ୍ଷେପ ଯୋଗୁଁ ଗଞ୍ଜେଇ ମାଫିଆ ଙ୍କ ମଧ୍ୟରେ ଛନକା ପଶିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
