
ମାଲକାନଗିରି ୟୁନିଅନ ଅଫ୍ ଜର୍ଣାଲିଷ୍ଟ ପକ୍ଷରୁ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ
ମାଲକାନଗିରି ୟୁନିଅନ ଅଫ୍ ଜର୍ଣାଲିଷ୍ଟ କାର୍ଯ୍ୟାଳୟ ପରିସରରେ ଏମୟୁଜେର ସଭାପତି ଦେବ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ -୨୦୨୪ ତା:୧୬/୧୧/୨୦୨୪ ରିଖରେ ଏକ ଉତ୍ସାହର ସହ ପାଳିତ ହୋଇଯାଇଛି। ସଭାପତି ଦେବ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ଜିଲ୍ଲାପାଳ ଇଶ୍ୱର ପାଟିଲ, ଆଇଏଏସ,ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ପୋଲିସ ଅଧୀକ୍ଷକ ତପନ ନାରାୟଣ ରଥ, ଏସଡିପିଓ ସଚିନ ପଟେଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମଝି ସମେତ ଅନେନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଭାରତରେ ଏକ ମୁକ୍ତ ଏବଂ ସ୍ୱାଧୀନ ଗଣମାଧ୍ୟମର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ଅନୁସନ୍ଧାନକାରୀ ସାମ୍ବାଦିକତା ଉପରେ ଧ୍ୟାନ ଦେବା ଆବଶ୍ୟକ, ଯାହା ଦ୍ଵାରା ତଥ୍ୟ ଏବଂ ପରିସ୍ଥିତି ପଛରେ ଲୁଚି ରହିଥିବା ବିଷୟଗୁଡିକ ପ୍ରକାଶ ପାଇବ ଏବଂ ସମସ୍ତ ପ୍ରାସଙ୍ଗିକ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ ବୋଲି ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ପାଟିଲ ନିଜ ବକ୍ତବ୍ୟରେ କହିଥିଲେ।
ଅନୁସନ୍ଧାନକାରୀ ସାମ୍ବାଦିକତା ଶକ୍ତିଶାଳୀ ଅନୁଷ୍ଠାନଗୁଡ଼ିକୁ ଉତ୍ତରଦାୟୀ କରିବା ଏବଂ ବିଶ୍ୱରେ ସଠିକ୍ ସୂଚନା ସହିତ ନାଗରିକମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଜିଲ୍ଲାପାଳ କହିଛନ୍ତି। ସାମ୍ବାଦିକମାନେ ତଥ୍ୟର ବିଶ୍ଳେଷଣ କରିବା ଆବଶ୍ୟକ ଏବଂ ଅନୁସନ୍ଧାନ ସମୟରେ ସମ୍ପୂର୍ଣ୍ନ ଭାବେ ବୁଝିବା ଆବଶ୍ୟକ, ଯଦ୍ୱାରା କି ଏହାର ସ୍ପଷ୍ଟତା, ସମନ୍ୱୟ ଏବଂ ବୈଧତା ନିଶ୍ଚିତ କରିବାକୁ ଏହାର ଯୁକ୍ତିଯୁକ୍ତ ସିଦ୍ଧାନ୍ତକୁ ସୂଚାଇଥାଏ । ଏହି ଅବସରରେ ଉପଜିଲ୍ଲାପାଳ କହିଛନ୍ତି ଯେ ମୁକ୍ତ ତଥା ଦୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ଗଣତନ୍ତ୍ରର କେନ୍ଦ୍ର ଅଟେ । ସାମ୍ବାଦିକମାନେ ସେମାନଙ୍କର ଦାୟିତ୍ଵ ତୁଲାଇବା ସମୟରେ ନ୍ୟାୟ ସହ ସମଭାବ ରଖି ନିଜ କାର୍ଯ୍ୟ ତୁଲାଇବା ଆବଶ୍ୟକ। ଜାତୀୟ ପ୍ରେସ ଦିବସ -୨୦୨୪ ଅବସରରେ ଏମୟୁଜେର ସାଧାରଣ ସମ୍ପାଦକ ପ୍ରେମେନ୍ଦ୍ର ପରିଛା, ଉପ-ସଭାପତିଏସ୍.ଏନ ପଣ୍ଡା, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରା, ଦେବବ୍ରତ ସାନା, କାର୍ଯ୍ୟାଳୟର କର୍ମକର୍ତ୍ତା, ସଦସ୍ୟ ଏବଂ ବ୍ଲକ ସ୍ତରର ସାମ୍ବାଦିକମାନେ ଉପସ୍ଥିତ ଥିଲେ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ