October 23, 2025
Home » 62 କେଜି 810 ଗ୍ରାମ ଗଞ୍ଜେଇ ସହ 8 ଟି ମୋବାଇଲ୍ ଫୋନ 2 ଟି କାର ଜବତ: 9 ଗିରଫ l

62 କେଜି 810 ଗ୍ରାମ ଗଞ୍ଜେଇ ସହ 8 ଟି ମୋବାଇଲ୍ ଫୋନ 2 ଟି କାର ଜବତ: 9 ଗିରଫ l

0
WhatsApp Image 2025-10-19 at 12.16.54 PM

ଉତ୍ତର ପ୍ରଦେଶର ଲିଙ୍କ ରହିଛି :

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୁଲିସ 62 କେଜି 810 ଗ୍ରାମ ଗଞ୍ଜେଇ ସହ 2ଟି କାର , 8 ଟି ମୋବାଇଲ ଫୋନ କୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା 9 ଜଣ ଗଞ୍ଜେଇ ମାଫିଆ କୁ ଗିରଫ କରିଛି । ସେଥି ମଧ୍ୟରୁ 3 ଜଣ ଉତ୍ତର ପ୍ରଦେଶ ର ହୋଇଥିବା ବେଳେ 6 ଜଣ ପଡୋଶୀ ବୌଦ୍ଧ ଜିଲ୍ଲା ର ଅଟନ୍ତି । ଏଥିରେ ଉତ୍ତର ପ୍ରଦେଶର ଲିଙ୍କ ରହିଥିବା ସ୍ୱଷ୍ଟ ଜଣାପଡ଼ୁଛି ବୋଲି ଜିଲ୍ଳା ପୁଲିସ କାର୍ଯ୍ୟାଳୟ ଠାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l
ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ଆହୁରି କହିଛନ୍ତି ଯେ , ସୁବଳୟା ଅଞ୍ଚଳରୁ ମୂର୍ଶୁଣ୍ଡି ପଟକୁ ଗୋଟିଏ ଗଞ୍ଜେଇ ଭର୍ତ୍ତି ଗାଡ଼ି ଓ ତାହାକୁ ସୁରକ୍ଷା (ଏସକର୍ଟ) ଦେଉଥିବା ଅନ୍ୟ ଏକ ଗାଡ଼ି ଆସୁଥିବା ବୀରମହାରାଜପୁର ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଥାନାର ଭାରପ୍ରାପ୍ତ ଅଧିକାରୀ ଅଭିନାଶ ପ୍ରଧାନ ଓ ଷ୍ଟାଫ ଏହି ସମୟରେ ପେଟ୍ରୋଲିଂଙ୍ଗ କରୁଥିଲେ । ଉଭୟ କାର ଆସୁଥିବା ରୁ ସେହି କାର କୁ ଅଟକାଇଥିଲେ । ଉକ୍ତ ଗାଡିରୁ ପ୍ରାୟ 62 କେଜି 810 ଗ୍ରାମ ଗଞ୍ଜେଇ ବାହାରିଥିଲା । ଉଭୟ କାର ସହ ଗଞ୍ଜେଇ କୁ ଜବତ କରିବା ସହ ଉଭୟ ଗାଡ଼ିରେ ଥିବା 9 ଜଣକୁ ଗିରଫ କରିଥିଲେ । ଏମାନଙ୍କ ମଧ୍ୟରୁ 3 ଜଣ ଉତ୍ତର ପ୍ରଦେଶ ହୋଇଥିବା ବେଳେ ଅନ୍ୟ 6 ଜଣ ପଡୋଶୀ ବୌଦ୍ଧ ଜିଲ୍ଲା ର ଅଟନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶ ରାଜ୍ୟ କୁଶିନଗର ଜିଲ୍ଲା ର ସଙ୍ଗୀତା ଓରଫ ରେଖା ଦେବୀ (୨୫) , ଚନ୍ଦ୍ରିକା ସିଂହ (୬୫) , ପ୍ରମୋଦ ସାଇନି (୨୮) , ବୌଦ୍ଧ ଜିଲ୍ଲା ରାମ୍ଭୀକଟା ଗ୍ରାମର ଅରୁଣ ରଣା (୨୮) , ଯୋଶବନ୍ତ ନାଏକ(୩୧) , ହରେକୃଷ୍ଣପୁର ଗ୍ରାମର ସରୋଜ ଦଣ୍ଡିଆ (୪୭) , ଚାନ୍ଦିପୁର ଗ୍ରାମର ଲକ୍ଷ୍ମୀଧର ବେହେରା (୩୭) , ସତ୍ୟବାନ୍ ରଣା (୧୯) , ଡୁମୁରିଝୋଲା ଗ୍ରାମର ବିଜୟ କୁମାର ପ୍ରଧାନ (୩୩) କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗଞ୍ଜେଇ ମାଫିଆ ମାନଙ୍କୁ ପୁଲିସ ଫ୍ଲିଲ୍ମ ଷ୍ଟାଇଲରେ ଉକ୍ତ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଛି । ସୂଚନା ଅନୁସାରେ ଗତ 17 ତାରିଖ ମଧ୍ୟାହ୍ନ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଏକ ସ୍ଵିଫ୍ଟ ଡିଜାୟାର ଗାଡ଼ିରେ (ଓଡି 23 ଆର୍ 6165) ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରି ତାହାର ପିଛା କରିଥିଲା । ଗାଡ଼ିଟି ଦ୍ରୁତ ବେଗରେ ଯାଉଥିବାବେଳେ ସୁବଳୟାରୁ ଖଣ୍ଡହତା ଆଡ଼କୁ ଯାଉଥିଲା । ପୁଲିସ ଗାଡ଼ିକୁ ଖଣ୍ଡହତା ନିକଟରେ କାବୁ କରିବା ସହିତ ଗାଡ଼ିରେ ଥିବା ଗଞ୍ଜେଇକୁ ଜବତ କରିଥିଲା । ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ିକୁ ଏସକର୍ଟ କରୁଥିବା ଓଡି-02ସିଇ 3544 ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଆଇ 20 ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି ।
। ଥାନା ଏସଆଇ ଅବିନାଶ ପ୍ରଧାନଙ୍କ ଅଭିଯୋଗ କ୍ରମେ ବୀରମହାରାଜପୁର ଥାନାରେ କେସ ନମ୍ବର 217/25 / 17/10/25 U/s -20(b)(ii) C/25/29 NDPS ଧାରା ଅନୁସାରେ ଏକ ମକଦ୍ଦମା ରୁଜୁ ହୋଇଛି । ଧର୍ମଶାଳା ଫାଣ୍ଡି ଏସଆଇ ବସନ୍ତ ରଥ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ଗଞ୍ଜେଇ ବଜାରରେ ଆନୁମାନିକ ମୂଲ୍ୟ 62 ଲକ୍ଷ୍ 80 ହଜାର ଟଙ୍କା ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ଉତ୍ତର ପ୍ରଦେଶ ଲିଙ୍କ ରହିଥିବା ଜଣାପଡିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *