November 13, 2025
Home » 64 ପେକେଟ ଗଞ୍ଜେଇ ସହ ଗାଡି ଜବତ ସହ 2 ମାଫିଆ ଗିରଫ

64 ପେକେଟ ଗଞ୍ଜେଇ ସହ ଗାଡି ଜବତ ସହ 2 ମାଫିଆ ଗିରଫ

0
WhatsApp Image 2025-09-04 at 2.49.58 PM

 

 

ସୁବର୍ଣ୍ଣପୁର — ଅପରେସନ ପ୍ରହାର ରେ ତରଭା ପୋଲିସ କୁ ମିଳିଛି ସଫଳତା l ବୁଧବାର ଦିନ ସକାଳୁ ତରଭା ପୋଲିସ ଦ୍ୱାରା 64 ପେକେଟ ଗଞ୍ଜେଇ ଓ ଗାଡି ଜବତ କରିବା ସହ 2 ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରାଯାଇଥିବା ତରଭା ଥାନା ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି I ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ତରଭା ଥାନା ଆଇ ଆଇ ସି ଅନିତା କିଡୋ ଙ୍କ ନିର୍ଦ୍ଧେଶ ରେ ତରଭା ଥାନା ଘାଟକଇଁତରା ତଥା ଏନ ଏଚ 57 ଅଞ୍ଚଳରେ ସକାଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୱାଗନର OD-06D 0286 ଗାଡି କୁ ତଦନ୍ତ କରିବାରୁ ସେଠାରେ ଗଞ୍ଜେଇ ଥିବାର ଜଣା ପଡିଥିଲା I ଅପରାହ୍ନ 3.30ଟା ସମୟରେ ତରଭା ତହସିଲଦାର ତଥା ମାଜିଷ୍ଟ୍ରେଟ ଶ୍ଵେତାଲିନା ମାହାଣା ଙ୍କ ଉପସ୍ଥିତି ରେ ଗାଡିରୁ 64 ପେକେଟ ଗଞ୍ଜେଇ ବାହାର କରାଯାଇଥିଲା I ପରେ ଗଞ୍ଜେଇ କୁ ଓଜନ କରାଯିବାରୁ 64 କେଜି ଓଜନ ର ଗଞ୍ଜେଇ ହୋଇ ଥିଲା I ଏ ସମ୍ପର୍କରେ ତରଭା ଥାନା କେଶ ନମ୍ବର 242/03/09/2025 U/s-20 ( b)(ii)ସି NDPS ଆକ୍ଟ ଆଧାର ରେମାମଲା ରୁଜୁ କରା ଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଇରମାଳ ଗ୍ରାମର ବ୍ରଜ କିଶୋର ଖେତୀ (32) ଓ ମହେଶ୍ୱରପିଣ୍ଡା ଗ୍ରାମର ପ୍ରଶାନ୍ତ ଭୁକ୍ତା (31) ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି I ଏହି ପେଟ୍ରୋଲିଙ୍ଗ ସମୟରେ ମେଣ୍ଡା ଫାଣ୍ଡି ଅଧିକାରୀ ଏସ ଆଇ ଟଙ୍କଧର ଛତ୍ରିଆ,ଏ. ଏସ ଆଇ ରଞ୍ଜିତ ମହାପାତ୍ର, କନେଷ୍ଟେବଳ କୈଳାସ ଭୋଇ, କବିରାଜ କହଁର ସାମିଲ ଥିଲେ I ତଦନ୍ତ ଅଧିକାରୀ ଭାବରେ ଏସ ଆଇ ରବୀନ୍ଦ୍ର ସାହୁ ଦାୟିତ୍ବ ରେ ଅଛନ୍ତି I ଅଭିଯୁକ୍ତ ମାନଙ୍କର ଠାରୁ ବ୍ୟବହାର ହେଉ ଥିବା 2 ଟି ମୋବାଇଲ ଜବତ କରାଯାଇଛି ଇ ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳ ରୁ ବଲାଙ୍ଗୀର ଜିଲ୍ଲା କୁ ନେଉଥିବା ବିଷୟ ତରଭା ଆଇ ଆଇ.ସି ସୂଚନା ଦେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *