December 21, 2025
Home » ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ _୨୦୨୪ _

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ _୨୦୨୪ _

0
WhatsApp Image 2024-12-08 at 1.06.28 PM (1)

କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗାନ୍ଧି ସ୍କୃତି ଭବନ ଠାରେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ କନ୍ଧମାଳ ପ୍ରଶାସନ ଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ _୨୦୨୪ ଅନୁଷ୍ଠିତ ହୋଇସାରିଛି। ଏଥିରେ ମୂଖ୍ୟ ଅତିଥି ଭାବେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି ଯୋଗ ଦେଇ ନିଜ ଭାଷଣରେ କହିଲେ ଏହି ଦିବସର ଉଦ୍ଧେଶ୍ୟ ହେଉଛି, ଭିନ୍ନକ୍ଷମ ଙ୍କୁ ଅନ୍ୟ ସାଧାରଣ ବର୍ଗଙ୍କ ଭଳି ସମାନ ସୁଯୋଗ ଦେବା ଓ ସରକାରଙ୍କର ପ୍ରୋତ୍ସାହନ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା। ଭିନ୍ନକ୍ଷମ ସକ୍ଷମ ଠାରୁ କମ୍ ନୁହନ୍ତି, ସେମାନଙ୍କୁ ଉପଯୁକ୍ତ ସହାୟତା ମିଳିଲେ ସେମାନେ ମଧ୍ୟ ସଫଳତାର ଶିଖର ଛୁଇଁ ପାରିବେ। ବାପା, ମାଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମାଜ ସେମାନଙ୍କୁ ସହଯୋଗ କରିବା ସହିତ ଆଗକୁ ବଢିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ। ଉପ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ ମୁଁ ବି ପାରିବି ବାକିୟର ବିସ୍ତୃତ ଆଲୋଚନା କରିଥିଲେ। ଭିନ୍ନକ୍ଷମ ନିଜକୁ ଅକ୍ଷମ ନ ଭାବି ଯେଉଁ ଠାରେ ନିଜର ଦକ୍ଷତା ଅଛି,ସେହି ଦିଗରେ ପରିଶ୍ରମ କରି ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀ କହିଲେ ଯେ ଓଡ଼ିଶା ହେଉଛି ଜଗନ୍ନାଥ ଙ୍କ ଦେଶ। ତାଙ୍କର ହାତ ଗୋଡ଼ ନ ଥାଇ ମଧ୍ୟ ସେ ସର୍ବେକ୍ଷଣ,ସର୍ବ ଶକ୍ତିମାନ ଏବଂ ଜଗତ ଠାକୁର ତେଣୁ ଭିନ୍ନକ୍ଷମ ହତାଶ ହେବା ଉଚିତ ନୁହେଁ। ଭିନ୍ନକ୍ଷମ ଏକ ଚିନ୍ତାଧାରା ମାତ୍ର ଏହାକୁ ଦୂର କରିବାକୁ ହେବ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ ଭିନ୍ନକ୍ଷମ ସବୁ କାର୍ଯ୍ୟ କରିପାରିବେ ସେମାନଙ୍କୁ ସହଯୋଗ ଓ ଉତ୍ସାହିତ କରିବା ଆବଶ୍ୟକ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପି ପଦ୍ମା ପ୍ରାରମ୍ଭିକ ଭାଷଣରେ କହିଲେ ନିଜକୁ ଅକ୍ଷମ ନ ଭାବି ସକ୍ଷମ ଭାବିବା ଉଚିତ। ଭିନ୍ନକ୍ଷମ ଙ୍କ ସଶକ୍ତିକରଣ ପାଇଁ ସରକାର ସବୁ ପ୍ରକାର ଯୋଜନା କରିଛନ୍ତି ।ଏହି ଦିବସର ପାଳନ ଅବସରରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟ ରେ‌ ପ୍ରତିଯୋଗିତା କରାଯାଇଥିଲା।କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦେବାସହ ସ୍ବାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜଣେ ଭିନ୍ନକ୍ଷମ ଥିଲେ ସରକାର _୨ ଲକ୍ଷ -୫୦ ହଜାର ଟଙ୍କା ର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ୫ ଜଣ ଦମ୍ପତି ଙ୍କୁ _୨ ଲକ୍ଷ -୫୦- ହଜାର ଟଙ୍କା ଲେଖାଏଁ ଚେକ ଆକାର ରେ ପ୍ରଦାନ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ବାଲିଗୁଡା ସ୍ଥିତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ବନବାସୀ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା ।ଏହି ସମାରୋହରେ ବାଲିଗୁଡା ବନବାସୀ ସେବା ସମିତିର ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ,ନିପିଡିତର ମୂଖ୍ୟ ଶ୍ରୀ ପ୍ରମୋଦ କୁମାର ନାୟକ, ବାଲିଗୁଡା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମତା ପ୍ରଧାନ , ଫୁଲବାଣୀ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଇତିଶ୍ରୀ ମହାପାତ୍ର , ଛାତ୍ରଛାତ୍ରୀ ଅଭିଭାବକ ସାମାଜିକ ସୁରକ୍ଷା କର୍ମକର୍ତ୍ତା ଓ ସାମ୍ବାଦିକ ଭାଇମାନେ ଉପସ୍ଥିତ ଥିଲେ।

ପ୍ରମୋଦ କୁମାର ନାୟକ ଫୁଲବାଣୀ ଇ ପି ଏ

Leave a Reply

Your email address will not be published. Required fields are marked *