October 23, 2025
Home » 78 ତମ ସ୍ବାଧିନତା ଦିବସ ପାଳନ କୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ

78 ତମ ସ୍ବାଧିନତା ଦିବସ ପାଳନ କୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ

0
vlcsnap-2024-08-18-17h46m17s176

78 ତମ ସ୍ବାଧିନତା ଦିବସ ପାଳନ କୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ। ଉତ୍ସବ ମୁଖରିତ ହୋଇ ଉଠିଛି ଦେଶ। ସବୁଆଡେ ସେଲିବ୍ରେଶନ ର ମାହୋଲ। ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି 78 ତମ ସ୍ବାଧିନତା ଦିବସ ର ଶୁଭେଚ୍ଛା ସବୁ ଭାରତିୟ ଙ୍କୁ ଦେଇଛନ୍ତି। ପୁରୀ ବେଳାଭୂମି ର ନୀଳାଦ୍ରି ବିଚ୍ ରେ ଏହି ସୁନ୍ଦର୍ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ହର ଘର ତ୍ରିରଙ୍ଗା ଥିମ୍ ରହିଚି ଏହି ବାଲୁକା ଚିତ୍ର କଳା ରେ । ବାଲି ରେ ଅନେକ ଘର ତିଆରି ହେଇଥିବା ବେଳେ ସେଥିରେ ତ୍ରିରଙ୍ଗା ଉଡୁଥିବା ଏହି ବାଲୁକା ଚିତ୍ର କଳା ରେ ଦର୍ଶାଯାଇଛି। ଏହି ଅବସର ରେ ଅନେକ ଛାତ୍ର ଛାତ୍ରୀ ଓ ପର୍ଯ୍ୟଟକ ଏକାଠି ହୋଇ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ମଧ୍ୟ ଗାନ କରି 78 ତମ ସ୍ବାଧିନତା ଦିବସ କୁ ପାଳନ କରିଥିଲେ।

ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ସମସ୍ତ ଙ୍କୁ 78 ତମ ସ୍ଵାଧୀନତା ଦିବସ୍ ର ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ଵାନ କ୍ରମେ ହର ଘର ତ୍ରିରଙ୍ଗା ପାଳନ କରୁଚନ୍ତି ପ୍ରତ୍ୟେକ ଭାରତୀୟ। ଯାହାକି ବେଶ୍ ଗର୍ବ ର ବିଷୟ। ଏହି ଥିମ୍ କୁ ନେଇ ବାଲୁକା ଚିତ୍ରକଳା ନିର୍ମାଣ ହୋଇଛି।

ସେପଟେ ବାଲୁକା ଚିତ୍ର କଳା ଦେଖିବାକୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ଯ ପୁରୀ ବେଳାଭୂମି ନିଆରା ଢଙ୍ଗ ରେ 78 ତମ ସ୍ବାଧିନତା ଦିବସ ପାଳନ କରି ବେଶ୍ ଖୁସି ହୋଇଥିଲେ। ପର୍ଯ୍ୟଟକ କହିଚନ୍ତି ହର ଘର ତ୍ରିରଙ୍ଗା ଥିମ୍ ରେ ହୋଇଛି ବାଲୁକା ଚିତ୍ର କଳା। ଆମେ ପ୍ରତ୍ୟେକ ଭାରତିୟ ହର ଘର୍ ତ୍ରିରଙ୍ଗା ରେ ସାମିଲ ହେବା ଉଚିତ୍। ଏହା ଆମ ପାଇଁ ଗର୍ବ ବିଷୟ। ଆମେ ସମସ୍ତେ ଭାରତୀୟ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକାଠି ହୋଇ ରହିବା ସହ ପରସ୍ପର କୁ ସହଯୋଗ କରିବା ଉଚିତ୍। ଏହା ଦ୍ବାରା ଦେଶ ର ଉନ୍ନତୀ ହେବା ସହ ନାଗରିକ ଙ୍କ ଉନ୍ନତି ମଧ୍ଯ ହୋଇଥାଏ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *