85 ବର୍ଷିୟା ବିଧବା ବୃଦ୍ଧା ମା ଙ୍କ ରେସନ କାର୍ଡ ରେ ଭୂତ ଖାଉଛି ଚାଉଳ

85 ବର୍ଷିୟା ବିଧବା ବୃଦ୍ଧା ମା ଙ୍କ ରେସନ କାର୍ଡ ରେ ଭୂତ ଖାଉଛି ଚାଉଳ, ନୂତନ କାର୍ଡ ସରକାର ଦେବେ କେବେ,ଆଶାରେ ଜନତା । ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ଅର୍ନ୍ତଗତ କଇ଼ଁଝର ପଞ୍ଚାୟତ ପିମ୍ପୁଡ଼ିଦେଇ ,ୱଡ ନ଼3 ରେ ଖାଉଟି ସମସ୍ୟା ଯୋଜନା ଘର କଥା ରାସ୍ତା ପଡୁଛି। ସରକାରଙ୍କର ମୋଳିକ ସମସ୍ୟା ମଧ୍ୟରେ ଖାଉଟି ସମସ୍ୟା ସବୁଠାରୁ ବଡ଼ ସମସ୍ୟା। ସରକାରଙ୍କର ଖାଉଟି ସମସ୍ୟା ଯୋଜନା ର ସମାଧାନ ପାଇଁ ଗ୍ରାମାଞ୍ଚଳ ରେ ସରକାରୀ ବେତନ ଭୋଗୀ କର୍ମଚାରୀ ମାନେ ସାଧାରଣତଃ ଗାଁ ଗାଁରେ ସର୍ଭେ କେମିତି କରୁଥଛନ୍ତି ତାହାର ତଦାରଖ ଅଭାବ ରହିଛି । ଯଦ୍ବାରାକି ପଞ୍ଚାୟତ ରେ ପିମ୍ପୁଡ଼ିଦେଇ ୱଡ ନ଼3 ରେ ଅଭିନୟ ଉପାୟରେ ଜଣେ ବୃଦ୍ଧା ମା’ର ରେସନ କାର୍ଡ ରେ ଚାଉଳ ନଦେବା ପଛରେ କି ରହସ୍ୟ ପରଦା ଆଢୁଆଳରେ ଲୁଚିରହିଥିବା କଥା ଏବେ ରାଜରାସ୍ତାରେ ,କଥାକଥାକେ ଖାଉଟି ସୁରକ୍ଷା ଯୋଜନାରେ ବାଦ ପଡ଼ିଥିବା ପିମ୍ପୁଡ଼ିଦେଇ ୱାଡ଼ର୍ ମିଶ୍ରୀ ନାୟକଙ୍କ 85 ବର୍ଷ ବୟସରେ ପଦାର୍ପଣ କରିବା ସହିତ ସ୍ବାମୀ ସ୍ବର୍ଗତ ଖଗେଶ୍ବର ନାୟକଙ୍କ ମୃତ୍ୟୁ ବରଣ ପରେ ବହୁବାଧାବିବାଦରେ ଜୀବନର ଅତିକ୍ରମ କରୁଛି, ହେଲେ ସରକାର ଖଣ୍ଡେ ରେସନ କାର୍ଡ ଦେଇଥିଲେ,ଏବେ ଦୀର୍ଘ ମାସ ମାସ ଧରି ମୋତେ ସରକାରୀ ରେସନ କାର୍ଡ ରେ ଚାଉଳ ମିଳୁନାହିଁ।24ବର୍ଷର ବିଜେଡି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସମୟରେ 85ବର୍ଷିୟା ବିଧବା ବୃଦ୍ଧା ମା ଙ୍କର ସରକାରୀ ଯୋଜନାର ଚାଉଳ ମିଳୁନାହିଁ।
କିରୋସିନି ସାତସପନ ପାଲଟିଛି। ଓଡ଼ିଶା ରେ ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଙ୍କ ଅମଳରେ ବୃଦ୍ଧା ମା ଙ୍କ ବର୍ଦ୍ଧିତ ଭତା ଟଙ୍କା.3500 ପାଉଛନ୍ତି।ରେ ନ କାର୍ଡ ନଥିବା ଯୋଗୁଁ ବିଧବା ମାନଙ୍କ ପାଇଁ ଉଦ୍ଧିଷ୍ଟ ବାସଗୃହ ଖଣ୍ଡେ ଯୋଗାଇଦେବା ବଦଳରେ ଏହି ଯୋଜନା ରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଙ୍କ ସଚେତନତା କାର୍ଯ୍ୟକ୍ରମ କାହା ସ୍ବାର୍ଥରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ସରକାରଙ୍କର ରେ ନ କାର୍ଡ ରେ ଜଣକ ପିଛା ଚାଉଳ ଯାହା ମିଳୁଛି ତାହା ମଧ୍ୟ କାଟିଦେଉଛ।ସରକାରୀ ଚାଉଳରୁ ବାଦ ପଡୁଥିବା ସାଧାରଣ ଜନତା ଙ୍କ ପାଇଁ ପଞ୍ଚାୟତ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏ ସଂପର୍କରେ ପରିବାର ଲୋକେ କୋୖଣସି ସୁବିଧା ପାଇ ପାରିନାହାନ୍ତି।
ଏନେଇ ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ କେତେ ସଜାଗ ବେଶ୍ ଅନୁମେୟ ।ଅନ୍ୟ ପକ୍ଷରେ ଦେଖିବାକୁ ମିଳିଥାଏ ଗ୍ରାମାଞ୍ଚଳ ରେ ପରିବାର ସଂଖ୍ୟା ବୃଦ୍ଧି ପାଇବା ଫଳରେ ଖାଉଟି କଲ୍ୟାଣ ଯୋଜନା ରୁ ବାଦ ପଡୁଛନ୍ତି।ୱଡ ନ 1 ମୂଣ୍ଡାସାହିର ବାବୁଲି ମଲିକ ଙ୍କ ପରିବାର ସଂଖ୍ୟା 4 ସ୍ବାମୀ,ସ୍ତ୍ରୀ ଦୁଇଜଣ ଓ ବଡ଼ପୁଅ,କୋଳରେ ଛୋଟ ପୁଅ, ଆଧାର କାର୍ଡ ଅଛି ,ବାପା,ମା, ବଡ଼ପୁଅ ନାମରେ ଅଛି, ବାବୁଲି ମଲିକ ଓ ତାଙ୍କ ସ୍ତ୍ରୀ ହେମା ମଲିକ ଙ୍କ ନାମରେ ଭୋଟ ପରିଚୟପତ୍ର ଅଛି।ବାବୁଲି ମଲିକ ଙ୍କ ନାମରେ ଜବକାଡ ମଧ୍ୟ ମିଳିଛି। ଚାରିଜଣ ପ୍ରାଣୀଙ୍କ ପ୍ରତିପୋଷଣ ପାଇଁ ବାବୁଲି ହିଁ ଜଣେ ରୋଜଗାର ବ୍ୟକ୍ତି ହେଲେ ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ ଙ୍କୁ ଗୁହାରି କରିକରି ନିରାଶ ହୋଇସାରିଛି, ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ବିଧିବଦ୍ଧ ଭାବରେ ସର୍ଭେ କରି ପ୍ରକୃତ ହିତାଧିକାରୀଙ୍କୁ ରେସନ କାର୍ଡ ଯୋଗାଇଦେବା ନିମନ୍ତେ ଆଶାରେ ଜନତା। ସରକାର ଙ୍କ ସୁଦୃଢ ପଦକ୍ଷେପକୁ ନେବା ସାଧାରଣ ରେ ଚର୍ଚ୍ଚା ହେଉଛି 85ବର୍ଷିୟା ବିଧବା ବୃଦ୍ଧା ମା ଙ୍କ ରେସନ କାର୍ଡ ରେ ଚାଉଳ ମିଳିବ କେବେ ବାବୁଲି ମଲିକ ଙ୍କ ପରିବାର ସଂଖ୍ୟା ବୃଦ୍ଧି ପାଇଛି ରିପୋର୍ଟ ପ୍ରକାରେ ରେସନ କାର୍ଡ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ପାଇଁ ସାଧାରଣ ରେ ଦାବି ହେଉଛି।
ଇ ପି ଏ ବାଲିଗୁଡା ଉପଖଣ୍ଡ ପ୍ରତିନିଧି ମଧୁସ୍ମିତା ନାୟକ ଙ୍କ ରିପୋର୍ଟ