March 14, 2025
Home » କହିଲେ କହିବ କହୁଛି, ସୁବର୍ଣ୍ଣପୁରରୁ କହୁଛି : ସୁବର୍ଣ୍ଣ ଲୋକ ମହୋତ୍ସବ ର କିଛି କଥା କିଛି ବ୍ୟଥା

କହିଲେ କହିବ କହୁଛି, ସୁବର୍ଣ୍ଣପୁରରୁ କହୁଛି : ସୁବର୍ଣ୍ଣ ଲୋକ ମହୋତ୍ସବ ର କିଛି କଥା କିଛି ବ୍ୟଥା

0

ସୁବର୍ଣ୍ଣପୁର — ଗତ କାଲି ସୁବର୍ଣ୍ଣପୁରର ଲୋକ ମହୋତ୍ସବ ସୁବର୍ଣ୍ଣ ଉତ୍ସବ ଓ ପଲ୍ଲୀଶ୍ରୀ ମେଳା 2025 ଆରମ୍ଭ ହୋଇଛି l ହେଲେ ମହୋତ୍ସବର ପଲ୍ଲୀଶ୍ରୀ ମେଳା ରେ କେତେ ସଂଖ୍ୟାରେ ଲୋକ ଆଉ ସାଂସ୍କୃତିକ ମଞ୍ଚ ସମ୍ବୁଖ ରେ କେତେ ଦର୍ଶକ ଥିଲେ ତାହା ସମସ୍ତେ ଜାଣନ୍ତି l ରାଜ୍ୟ ସରକାର ଙ୍କ ଜଣେ ପାୱାର ଫୁଲ୍ ଡେପୁଟି ସି ଏମ, ଜଣେ ମନ୍ତ୍ରୀ, ଜଣେ ବିଧାୟକ ଙ୍କ ଅଭିଭାଷଣ ଶୁଣିବା ବେଳେ ହାତ ଗଣତି କିଛି ଦର୍ଶକ ଥିବା କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିବା ଦେଖା ଯାଇଥିଲା l ଏହା ଅତିଥି ଅଭ୍ୟାଗତ ଙ୍କ ପାଇଁ ଅସମ୍ମାନ ବୋଲି ଭିତରେ ଭିତରେ ଚର୍ଚ୍ଚା ଜୋର୍ ଧରିଥିଲା l ଦର୍ଶକ ବା କେମିତି ରହିବେ ପ୍ରବଳ ଥଣ୍ଡା ରେ ଖୋଲା ଆକାଶ ତଳେ l ଏଥର ପ୍ରଥମ ଥର ଅତିଥି, ପ୍ରେସ, ବରିଷ୍ଠ ନାଗରିକ, ଦର୍ଶକ ଓ ସବୁ ଗ୍ୟାଲେରୀ ଉପରେ ଶେଡ ଟିଏ ବ୍ୟବସ୍ଥା ହୋଇ ପାରିଲା ନାହିଁ l ପୁରା ଖୋଲା ଆକାଶ ଦେଖା ଯାଉଥିଲା l ହଁ ଆମ ଏଥର ର ଜିଲ୍ଲାପାଳ ଓ ମହୋତ୍ସବ ର ମୁଖ୍ୟ ଆୟୋଜକ ବରିଷ୍ଠ ଅଫିସର୍ ଶ୍ରୀ ମେହେର ସାର୍ ଙ୍କ ଦିଲ୍ ଖୋଲା l 5 ଟି କାମ ରୁ ଆଜି ଯାଏ ଯାହା କରନ୍ତି ସବୁ ଓପନ୍ ଲୁଚା ଛପା ନାହିଁ l ଏ କଥା ବି କାହାକୁ ଅଛପା ନାହିଁ l ଆମ ଇଚ୍ଛା ଆମେ କରିବୁନି l ମଞ୍ଚ ଆଗରେ ଦର୍ଶକ ଙ୍କ ପାଇଁ ଗୋଟେ ସେଡ୍ କରିବା କୁ କେବେ ବି ଟଙ୍କା ର ଅଭାବ ରହୁ ନ ଥିଲା l ଏ ବର୍ଷ ଟଙ୍କା ସବୁ କୁଆଡେ ଗଲା l ସରକାରୀ ଓ ବେସରକାରୀ ଯେଉଁ ସଂସ୍ଥା କୁ ପଚାରିଲେ ସାର୍ ସବୁ ବର୍ଷ ଠାରୁ ଏ ବର୍ଷ ମହୋତ୍ସବ କୁ ଚାନ୍ଦା ଅଧିକ ଦେଇଛୁ, ଆପଣଙ୍କ ଖବର କାଗଜ କୁ ବିଭାଗୀୟ ବିଜ୍ଞାପନ ଆଉ ଦେବା ସମ୍ଭବ ନୁହେଁ ବୋଲି ସାମ୍ୱାଦିକ ଙ୍କୁ ଗୋପନ ରେ କହୁଛନ୍ତି l ସବୁ ଇଭେଣ୍ଟ ରେ ଖର୍ଚ୍ଚ କାଟ l ପଇସା ନାହିଁ ପଇସା ନାହିଁ ପ୍ରକୃତ ରେ ଅର୍ଥ ଗଲା କୁଆଡେ଼ l ଏହା ସାର୍ବଜନୀନ କରାଯାଉ l ଏ ପଟେ ପୁଣି କୋରୋନା ଭଳି ଏଚ ଏମ ଭି ପି ଭୁତାଣୁ ପାଇଁ କେନ୍ଦ୍ର ସରକାର କଡା ନିୟମ ଓ ସତର୍କତା କଲେଣି l ଏମିତି ଦେଖିଲେ ଏହି ନିୟମ କୁ ବି ପୁରା ଉଲଂଘନ କରିଛି ଏଠିକାର ପ୍ରଶାସନ l ଲୋକ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁନ୍ଦର ଓ ସଫଳ କରିବା ପାଇଁ ବରିଷ୍ଠ କଲଚରାଲ କୋଡ଼ିନେଟର ଙ୍କ ପରାମର୍ଶ କୁ ବେଖlତିର କରିବା ଓ ଲୋକ ମହୋତ୍ସବ ରେ ଲୋକ ମାନଙ୍କୁ ସାମିଲ୍ କରୁ ନ ଥିବା ଦୁଃଖ ର ବିଷୟ ଅଟେ l ସତେ ଯେମିତି ଅଫିସର୍ ମହୋତ୍ସବ ପରି ଜଣା ପଡ଼ିଛି ଏଥର l

ପ୍ରଥମ ଦିନ ପ୍ରେସ ଗ୍ୟାଲେରୀ କୁ ଚା ଆସିଲା ପୁଣି ଥଣ୍ଡା ଚା, ପାଣି ମାଗିବାରୁ ସାର୍ ପାଣି ବୋଟଲ ସଟେଜ୍ ବୋଲି ଉତ୍ତର ଆସିଲା ଭିତରୁ l ଥଣ୍ଡା ଚା କୁ ପାଣି ଭାବି ହସି ହସି ଢ଼ୋକି ଦେଲେ କେତେକ ସାମ୍ବାଦିକ l ପ୍ରେସ କଥା ଛାଡନ୍ତୁ ଆମେ ତ ସ୍ଥାନୀୟ ଲୋକ l ହେଲେ ଯେଉଁ ରାଜ୍ୟ ବାହାରୁ କଳାକାର ଅତିଥି ଆସିଛନ୍ତି ତାଙ୍କୁ ଖାଇବା ରେ ଏତେ ପାତର ଅନ୍ତର କାହିଁ l ଗତ କାଲି କେଟ୍ରିନ ର ଡିନର ରେ ଭେଜ୍ ବ୍ୟବସ୍ଥା ଥିବା ବେଳେ ଓ ଆମ ଆଦର୍ଶ ସ୍କୁଲ୍ ର କଳାକାର ମାନେ ଡାଲି ଭାତ ଖଟା ଖାଉଥିବା ବେଳେ ଆସାମ ବିହୁ କଳାକାର କିନ୍ତୁ ଓପନ୍ଲି ଚିକେନ ପ୍ୟାକେଟ ଫାଡ଼ି ଆଦର୍ଶ ସ୍କୁଲ୍ ସବୁ ଛୁଆ ଙ୍କ ଆଗରେ ଖାଇବା ଦୃଶ୍ୟ ଉପସ୍ଥିତ ଅନ୍ୟ ଟ୍ରୁପ କଳାକାର , ବୁଦ୍ଧିଜୀବୀ ଓ କିଛି ସାମ୍ୱାଦିକ ଙ୍କୁ ହଟ କରିଛି l ଆମେ କେଟ୍ରିନ କୁ ପଚାରି ବାରୁ ସେମାନେଏ ବିଷୟ ରେ ଜାଣି ନ ଥିବା କଥା କହିଲେ l ଅନ୍ୟ ଛୁଆ ବା କଳାକାର ଙ୍କ ଆଗରେ ଚିକେନ ଖାଇବା, ପାତର ଅନ୍ତର ଏ ସବୁ ତ ଠିକ ହେଲାନି l ଯଦି ବାହାରୁ ନନ୍ ଭେଜ କିଣି ଆଣିଛନ୍ତି ଆସାମ କଳାକାର ତ ଜିଲ୍ଲା ପାଇଁ ଆହୁରି ନିନ୍ଦା ଓ ଅପମାନ ର ବିଷୟ l ଉତ୍ତର ଦେବେ କି ଆୟୋଜକ l ଆହୁରି ରୋଚକ କଥା ଅଛି ଆଜ୍ଞା ମାନେ , ଏ ପଟେ ଅଫିସର୍, ଭି ଭି ଆଇ ପି ଙ୍କୁ ଷ୍ଟାଣ୍ଡାର୍ଡ କେଟ୍ରିନ ଦ୍ବାରା ଆସୁଥିଲା ଥର କୁ ଥର ଗରମ ଚା ଓ ସୂପ, ଆଉ ବୁଦ୍ଧିଜୀବୀ , କଳାକାର, ସାମ୍ୱାଦିକ ଓ ବରିଷ୍ଠ ନାଗରିକ ଙ୍କୁ ପ୍ରବଳ ଥଣ୍ଡା ରେ ଭିନ୍ନ କେଟ୍ରିନ ରୁ ଥଣ୍ଡା ଚା ଟିକେ ଦେଇ ପ୍ରଶାସନ କରାଇଲା ପାର୍ଟି ଚୁପ୍ l ଆହୁରି ଆଶ୍ଚର୍ଯ୍ୟ କଥା ଆଜ୍ଞା, ଗତ କାଲି କୌଣସି ଅଫିସର୍, ସରକାରୀ ଅଧିକାରୀ କର୍ମଚାରୀ ଙ୍କୁ ଡିନର ବେଳେ କେଟ୍ରିନ ରେ ଦେଖା ମିଳିନି l ଆମେ ଭାବିଲୁ ଯାତ୍ରା ସଫଳତା ପାଇଁ ସାହେବ ମାନଙ୍କ ଉପବାସ ବୋଧେ l କିନ୍ତୁ ଅସଲି କଥା ପୁରା ସିରିଅସ ଶୁଣିଲୁ, ସାର୍ ଓ ଅନେକ କର୍ମଚାରୀ ମାନେ ଭି ଭି ଆଇ ପି ଜାଗା ସର୍କିଟ ହାଉସ ରୁ ରାତ୍ରି ଭୋଜନ କରିଥିବା ଶୁଣିଲୁ l ହଁ ଭାଇ ଅଫିସର୍ ଉତ୍ସବ ଯାହା କରୁଛ କର l ହଁ ଆଜ୍ଞା ଏଥର 2/3 ଶହ ଏଭେଲେବୁଲ ଷ୍ଟଲ୍ ଖୋଲିଛି ବୋଲି ଓରମାସ ବାହା ବାହା ନେଉଥିବା ବେଳେ ଅନେକ ସ୍ଥାନୀୟ ବ୍ୟବସାୟୀ ଙ୍କୁ ଷ୍ଟଲ୍ ମିଳି ନ ଥିବା ଖବର ମିଳିଛି l ପ୍ରଥମ ଦିନ କିନ୍ତୁ ଅନେକ ଷ୍ଟଲ୍ ରେ ନମ୍ୱର୍ ପଡ଼ି ନ ଥିବା ଦେଖା ଦେଇଛି ଏଥିରେ ରହସ୍ୟ କଣ ? ଜିଲ୍ଲା ମହୋତ୍ସବ ର ସ୍ମରଣିକା ଉନ୍ମୋଚନ ହେଲା ହେଲେ ନା ପ୍ରେସ, ନା ବୁଦ୍ଧିଜୀବି, ନା ପାଠକ ନା ବରିଷ୍ଠ ନାଗରିକ ଙ୍କ ପାଖକୁ ବହି ଖଣ୍ଡେ ଆସିଲା l ସେ ଯାହା ହେଉ ଆମ ମେହେର ସାର୍ କିନ୍ତୁ ସବୁବେଳେ ଖୁସି ଭଲ ସ୍ମାଇଲ ଦିଅନ୍ତି l କାର୍ଯ୍ଯ ରେ ବି ଦକ୍ଷତା ଅଛି ନା ଆଉ କଣ ଏମିତି ଭାବୁଛ କି l ଏଥର ସାର୍ କିନ୍ତୁ ଫୁଡ୍ ଷ୍ଟଲ୍ ସବୁ ଅଲଗା କରି ସୁନ୍ଦର୍ ଆୟୋଜନ କରିଛନ୍ତି l ହାତ ଧୋଇବାକୁ ବେଶିନ କିନ୍ତୁ ଦୁଇଟା ଜାଗାରେ ଦେଇଥିଲେ ଆଉ ଟିକେ ସୁନ୍ଦର ହେଇଥାନ୍ତା l ଯାହା ଦେଖିଲୁ କହିଲୁ ଖରାପ ଭାବିବେ ନି ସାର୍ l ଆଉ କିଛି ଜେସିପି ଲଗାଇ ଦେଇ ପଡ଼ିଆ ମାଟି କୁ ଲେବେଲ୍ କରିଥିଲେ ଲୋକ ଙ୍କୁ ବ୍ରେକ ଡ୍ୟାନ୍ସ ଦେବାକୁ ପଡ଼ି ନ ଥାନ୍ତା l ଖlଲ ଢିପ ରେ ହିଟି ହାବୁଡି ପଡ଼ି ନ ଥାନ୍ତେ l ହଁ ଆଜ୍ଞା ଆମ ଜିଲ୍ଲା ର ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ମାଡ଼ାମ୍ ତ ଷ୍ଟେଜ ଉପରେ ଆଗରେ ସବୁଠି ଦେଖା ଯାଉଥିଲେ ,ହେଲେ ଆମ ପୋଲିସ ମୁଖ୍ୟ ଏସପି ଙ୍କୁ ତ ଆମେ କେହି ଦେଖା ପାଇଲୁ ନାହିଁ ଆଶ୍ଚର୍ଯ୍ୟ l ତାଙ୍କୁ କମ୍ ସେ କମ୍ ଷ୍ଟେଜ ଆଗରେ ସମ୍ମାନ ର ସହ ବସିବାକୁ ଦେବା ଉଚିତ ଥିଲା l ହଁ ଆଜ୍ଞା ସବୁଠୁ ରୋଚକ ଥିଲା ସଭା ମଞ୍ଚ ର କିଛି କଥା କିଛି ବ୍ୟଥା l ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କ ଭାଷଣ ରେ ଇନପୁଟ ସବସିଡି କଥା ର କିଛି ତ୍ରୁଟି ଦର୍ଶାଇ ଇନପୁଟ ସବସିଡି ଜାଗାରେ ଚାଷୀ ଙ୍କୁ ଅଧିକ ଇନପୁଟ ସହାୟତା ଦିଆଯାଇଛି ବୋଲି ଉପ ମୂଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କ୍ଲିଅର ଭାବେ ବୁଝାଇ କହିଥିଲେ l ଭୁଲ ଚୁକ୍ ସମସ୍ତ ଙ୍କ ର ଅଛି ଭାଇ କେତେ ଉଦାର ଦେଖ ଉପ ମୂଖ୍ୟମନ୍ତ୍ରୀ ଓ ଲୋକ ଙ୍କ ନୂଆଁ ସରକାର୍ l ହେଲେ ଜାଣି ଶୁଣି ଖର୍ଚ୍ଚ କାଟ କରି ଜିଲ୍ଲା ମହୋତ୍ସବ ରେ ଏତେ ଗୁଲୁଗୁଲା କାହିଁ l ହଉ ବ୍ୟଥା ରେ ଟିକେ ମଲମ ଦେଇ ବିଶ୍ରାମ ନେବା, ଆଉ ଦ୍ବିତୀୟ ଦିବସ ଯାତ୍ରା ଦେଖିବା କୁ ପାଉଡର ଲଗାଇବା l ସେଠି କିଛି କଥା ଶୁଣିବା ଜାଣିବା ଆଜ୍ଞା ମାନଙ୍କ ଠାରୁ ଅନେକ କିଛି ଅଭିଜ୍ଞତା ହାସଲ କରିବା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *