9 ହଜାର କଫ ସିରଫ ଜବତ, ଜଣେ ଗିରଫ, ତିନି ଅଭିଯୁକ୍ତ ଫେରାର
ସୁବର୍ଣ୍ଣପୁର: ରାମପୁର ପୋଲିସକୁ ବଡ଼ ସଫଳତା ମିଳିଛି l ବିପୁଳ ପରିମାଣର କଫ ସିରଫ ଜବତ ହୋଇଥିବା ସୂଚନା l ଜଣେ ଗିରଫ,୩ ଫେରାର ଏବଂ ୨ ଗାଡି ଜବତ l ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଫିଲ୍ମ ଷ୍ଟାଇଲରେ ପିଛା କରିଥିଲା ରାମପୁର ପୋଲିସ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗ୍ରାମ ନିକଟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅପ OD-03 AB-1790 ଓ ହୋଣ୍ଡା ସିଭି କାରରୁ 9 ହଜାର ବୋତଲ କଫ ସିରଫ ଜବତ କରିଥିବା ବେଳେ କଫ ସିରଫ ମାଫିଆ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁକୁ ଗିରଫ କରିଛି ଏବଂ ୨ଟି ଗାଡିକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ରାମପୁର ପୋଲିସ I

ଜବତ ହୋଇଥିବା କଫ ସିରଫ କେଉଁଠୁ ଆସୁଥିଲା ଓ କେଉଁ ଆଡେ ଯାଉଥିଲା ତାହା ସଠିକ ଭାବରେ ଜଣାପଡ଼ିନାହିଁ l ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ବିଶ୍ୱମ୍ବର ନାଥ ପାଣ୍ଡେ ଙ୍କ ଉପସ୍ଥିତି ରେ ପୋଲିସ ଜବତ ହୋଇଥିବା ଗାଡ଼ିରୁ ଦୁଇଟି ଗାଡ଼ିରୁ ଏହି କଫ ସିରଫ ଜବତ କରାଯାଇଥିବା ସୂଚନା l ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ରାମପୁର କୁ ପହଞ୍ଚିଥିବା ସୂଚନା ମିଳିଛି l ଉପଖଣ୍ଡ ପୋଲିସ ଅଧିକାରୀ ଓ ରାମପୁର ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
