ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ହେବ – ତନ୍ମୟ ଜେନା

ପାରାଦୀପ – ପାରାଦୀପ ଜୟଦେବ ସଦନ ପଡିଆରେ ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି | ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ଇଉନିୟନର ସାଧାରଣ ସମ୍ପାଦକ ସନାତନ ବେହେରା ଙ୍କର ସଭାପତିତ୍ବରେ ସନ୍ଧ୍ୟା ସମୟରେ ଆୟୋଜିତ ଏହି ସମାବେଶରେ ବିଶିଷ୍ଟ ଶ୍ରମିକ ନେତା ସ୍ଵର୍ଗତଃ ଘନଶ୍ୟାମ ଜେନା ଙ୍କ ସୁପୁତ୍ର ତଥା ଏଫସିଆଇ ଇଉନିୟନ ର ସଭାପତି ତନ୍ମୟ ଜେନା , ଉପ ସଭାପତି ଆର ଏନ ଦାସ , ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ , ଇଫକୋ କର୍ମଚାରୀ ଇଉନିୟନ ର ସମ୍ପାଦକ ପରେଶ ପ୍ରଧାନ ପ୍ରଧାନ ଯୋଗଦେଇ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଦିଗରେ ବ୍ୟାପକ ଆଲୋଚନା କରିଥିଲେ | ଏହି ସମାବେଶରେ ଅନେକ ଶ୍ରମିକ ବିଭିନ୍ନ ଶିଳ୍ପ ଦ୍ଵାରା ଶୋଷଣର ଶିକାର ହେଉଥିବା ବେଳେ ଶ୍ରମିକ ଛଟେଇ ହେଉଥିବା ମଧ୍ଯ ଅଭିଯୋଗ କରିଥିଲେ | ତୈଳ ବିଶୋଧନାଗାର ରେ ବିଶେଷ କରି ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି କର୍ତ୍ତୁପକ୍ଷ ବାରମ୍ବାର ସଂଘର ଦାବି କୁ କର୍ଣ୍ଣପାତ କରୁନଥିବା ବେଳେ ଆଗକୁ ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରମିକ ନେତାମାନେ ପ୍ରକାଶ କରିଥିଲେ | ଏହି ଶ୍ରମିକ ସଙ୍ଗଠନ ସହ ମୋର ବହୁତ ଦିନର ସମ୍ପର୍କ | ସ୍ଵର୍ଗତ ଘନଶ୍ୟାମ ଜେନା ଙ୍କ ନେତୃତ୍ବ ସାରା ଭାରତ ବର୍ଷରେ ସମସ୍ତେ ଜାଣନ୍ତି | ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଂସଦ ବିଭୁ ପ୍ରସାଦ ତରାଇ ପ୍ରକାଶ କରିଥିଲେ | ଶ୍ରମିକ ମାନଙ୍କର ଶ୍ରମରେ ଆଜି ଶିଳ୍ପର ଅଭିବୃଦ୍ଧି ଘଟିଛି | ଶିଳ୍ପ ର ଲାଭାଂଶରୁ ଶ୍ରମିକ ମଧ୍ଯ ଲାଭ ପାଇବ ଉଚିତ ବୋଲି ସାଂସଦ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିବା ବେଳେ ଅନେକ ଶ୍ରମିକ ସଂଗଠନ କେବଳ ନିଜ ସ୍ୱାର୍ଥ ପାଇଁ ଏଠି ନେତା ହୋଇଛନ୍ତି ତାଙ୍କୁ ଆପଣ ମାନେ ଚିହ୍ନଟ କରନ୍ତୁ ବୋଲି ପ୍ରକାଶ କରିଥିଲେ | ଶ୍ରମିକ ମୋର ବଳ | ଶ୍ରମିକ ଥିଲେ ବିଶିଷ୍ଟ ଶ୍ରମିକ ନେତା ସ୍ଵର୍ଗତଃ ଘନଶ୍ୟାମ ଜେନା ଙ୍କର ପ୍ରାଣ | ତାଙ୍କ ନୀତି ନିୟତି ଓ ଆଶୀର୍ବାଦ କୁ ମୁଁ ପାଥେୟ କରି ଆପଣ ମାନଙ୍କ ସହ ଅଛି ଓ ରହିବି | ଶ୍ରମିକ ମାନେ ସବୁବେଳେ ନିର୍ଯ୍ୟାତିତ ଓ ନିଷ୍ପେଷିତ | ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ମୁଁ ଅନେକ ଶିଳ୍ପ ସଂସ୍ଥା ସହ କଥା ହୋଇଛି | ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଶିଳ୍ପ ସଂସ୍ଥା ମାନେ ଦାୟିତ୍ୱବାନ ହୁଅନ୍ତୁ | ବାରମ୍ବାର ଦାବି ଦେବାପରେ ଯଦି ନଶୁଣିବେ , ତେବେ ବାଧ୍ୟହୋଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରମିକ ନେତା ତନ୍ମୟ ଜେନା ପ୍ରକାଶ କରିଥିଲେ | ଅନେକ ଶ୍ରମିକ ମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଏହି ସମାବେଶରେ ଉପସ୍ଥିତ ରହି ସହଯୋଗ କରିଥିଲେ |