February 23, 2026
Home » ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ।

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ।

0
WhatsApp Image 2025-02-03 at 11.07.42 AM

କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଧର୍ମଗଡ଼ ପୋଲିସ ଷ୍ଟେସନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ। ଆଉ ଜଣେ ଡକାୟତ ଫେରାର ଅଛି।
ଧର୍ମଗଡ଼ ଦେଶୀ ମଦ ଭାଟିରୁ ଦୁଇ ତିନି ମାସ ତଳେ ବହିଷ୍କୃତ ହୋଇଥିବା ରାଞ୍ଚି ର ଜଣେ ପୁର୍ବତନ କର୍ମଚାରୀ ଅନୁଜ କୁମାର ଏହି ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ଓ ସେ କିଛି ଦିନ ତଳେ ଧର୍ମଗଡ଼ ଆସି ଡ଼କାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ଆଇଜି ପ୍ରକାଶ କରିଛନ୍ତି। ତାଛଡା ଦେଶୀ ମଦ ଭାଟିରେ ଏତେ ପରିମାଣର ଟଙ୍କା କେଉଁଠୁଁ ଆସିଲା ତାହାର ତଦନ୍ତ ଆୟକର ଜରିଆରେ ହେବ ବୋଲି ଆଇଜି ନୀତି ଶେଖର କହିଥିଲେ।

ଉକ୍ତ ସାମ୍ବାଦିକ ସମ୍ବିଳନୀରେ କଳାହାଣ୍ଡି ଏସ ପି ଅଭିଳାଷ ଜି, ସଦର ଏସଡିପିଓ ଆଦିନ୍ତ୍ୟ ମାନେ ବାବୁ ରାଓ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ,ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇ ଜଣ ଡ଼କାୟତକୁ ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ କୁମାର ବେହେରା ଓ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ଏସ.ଆଇ .ସନ୍ତୋଷ ସେଠୀ, ଏଏସ୍‌ଆଇ ଶ୍ରୀକାନ୍ତ କୋଲକା, ପ୍ରବୀଣ ରଥ, ରାଜ ଶେଖର ପାଡାଲ ଓ ବୀରେନ୍ଦ୍ର ପଣ୍ଡା ଗିରଫ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରିବାକୁ ସଫଳ ହୋଇଥିଲେ। ସାମ୍ବାଦିକ ସମ୍ବିଳନୀରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ସଦର ଏସଡିପିଓ ଆଦିନ୍ତ୍ୟ ବାବୁ ରାଓ, ଏସଡିପିଓ ମନୋଜ କୁମାର ବେହେରା, ଥାନା ଅଧିକାରୀ ଦାମୋଦର ବିହାରୀ ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ, ଜୟପାଟଣା ଆଇଆଇ ସି ଶେଷଦେବ ବେହେରାଙ୍କ ସମେତ ବହୁ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।