ଦକ୍ଷିଣୀପାଲି ଛକରେ ସ୍ପିଡ଼ ବ୍ରେକର୍ ଓ ସୂଚନା ଫଳକ ଦେବାକୁ ନେଇ ସାମାଜିକ କର୍ମୀ ଙ୍କ ଦାବି
ସୁବର୍ଣ୍ଣପୁର –ଚାଳକ ଙ୍କ ଦୃତଗତି ହେଉ କି ଆବଶ୍ୟକିୟ ନିୟମର ଅବହେଳା ଯୋଗୁଁ ଦୁର୍ଘଟଣା ବଢ଼ି ଚାଲିଛି। ଏହାର ଏକ ନମୂନା ହେଲା ସମ୍ବଲପୁର ସୋନପୁର ରାଜ୍ୟ ରାଜପଥ ର ଦକ୍ଷିଣୀପାଲି ଛକ। ଏଠାରେ ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ତଥା ସ୍ପିଡ ବ୍ରେକର ନ ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ହେଉଛି । ଏହାକୁ ଦେଖି ଟୁଇଟର ବୟ ଭାବେ ପରିଚିତ ଭେଡେନ ବ୍ଲକ କେଶରୀପାଲି ର ରମେଶ ମେହେର ଜିଲ୍ଲାପାଳ,ବିଭାଗୀୟ ଅଧିକାରୀ ଙ୍କୁ ଟୁଇଟ ଯୋଗେ ଅନୁରୋଧ କରିଛନ୍ତି। ଦେଖାଯାଉ ପ୍ରଶାସନ ଏହାକୁ କେତେ ଗୁରୁତ୍ୱ ଦେଉଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
