ବରିଷ୍ଠ ନାଗରିକ ସଂଘ ପକ୍ଷରୁ ହାଟପଦା ସଭାଗୃହଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

ହାଟପଦା ସ୍ଥିତ ମାଆ ନାରାୟଣୀଙ୍କ ସଭାଗୃହରେ ବରିଷ୍ଠ ନାଗରିକ କମିଟି ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୁର୍ବେଦିକ ଡାକ୍ତର ଜଗଦୀଶ ବେଜ ସ୍ୱାସ୍ଥ୍ୟ ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ। ଡଃ ବେଜ ରୋଗ ନହେବା ପାଇଁ ପ୍ରଥମେ ପ୍ରତିଷେଧକ ବ୍ୟବସ୍ଥା ଉପରେ ଉପସ୍ଥିତ ଲୋକମାନଙ୍କୁ କେତେକ ପରାମର୍ଶ ଦେଇଥିଲେ।ଆୟୁର୍ବେଦ ଚିକିତ୍ସା ସର୍ବ ପୁରାତନ ଓ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ବୋଲି କହିଥିଲେ।ବରିଷ୍ଠ ନାଗରିକ ସଂଘର ସଭାପତି କମଳାକାନ୍ତ ପାଣ୍ଡେ ଓ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ।ହାଟ ଦିନ ଥିବାରୁ ଗ୍ରାମାଞ୍ଚଳର କେତେକ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ପହଞ୍ଚିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନବୀନ କିଶୋର ପଣ୍ଡା,ପଦ୍ମ ଚରଣ ସ୍ୱାଇଁ,କେ ଞାନଦୋରା,ବ୍ରଜ ପଟନାୟକ, ବିରାଜ ମୋହନ ରଥ ,ହେମନ୍ତ ମହାନ୍ତି, ମଧୁସୂଦନ ସାହୁ,କୃଷ୍ଣ ଚନ୍ଦ୍ର ମିଶ୍ର,ପିତାମ୍ବର ମିଶ୍ର, ବଂଶୀଧର ପଣ୍ଡା, ନବ କିଶୋର ରଥ, ଅନନ୍ତ ଚରଣ ମିଶ୍ର ପ୍ରମୁଖ ଯୋଗଦାନ କରି ଶିବିର ଆୟୋଜନରେ ସହଯୋଗ କରିଥିଲେ। ଏହି ଶିବିରରେ ୮୫ଜଣଙ୍କ ଚିକିତ୍ସା କରାଯାଇଥିଲା। ଜନସାଧାରଣଙ୍କ ହିତ ପାଇଁ ପ୍ରତି ମାସରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସମ୍ପାଦକ ସୂଚନା ଦେଇଥିଲେ।