July 5, 2025
Home » ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ

ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ

0
WhatsApp Image 2025-02-04 at 4.29.19 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମରେ ଚଳିତ ଫେବୃୟାରୀ ୧୧ ତାରିଖ ହେବାକୁ ଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ମଙ୍ଗଳବାର ଭୂମିପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟ ଏକ ଭକ୍ତି ମୟ ପରିବେଶରେ ସମାପନ ହୋଇଛି। ପାଣ୍ଡବ ବେହେରା ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ବେହେରା ନାମ ଯଜ୍ଞ କର୍ତ୍ତା ଦାୟିତ୍ଵରେ ରହିଥିବା ବେଳେ ପୂଜକ ସ୍ୱାଗତ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଶୁଭ ସ୍ତମ୍ଭ ସ୍ଥାପନରେ ରଘୁନାଥ ବେହେରା,କୁଞ୍ଜଵନ ପୋଡ଼,ସମାରୁ ବାଘ,ପଞ୍ଚା ବେହେରା, କୁନ୍ଦନ ପୋଡ଼,ରମଣ ପାଣ୍ଡେ, ପ୍ରେମାନନ୍ଦ ପୋଡ଼,ଲାଲା ସାହାଜ ପାଣ୍ଡେ,ସୁରୁ ବେହେରା,ଶତୃଘନ ପାଣ୍ଡେ ଙ୍କ ସମେତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *