November 28, 2025
Home » “ୱାର୍କିଂ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ” ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

“ୱାର୍କିଂ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ” ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

0
WhatsApp Image 2025-02-04 at 6.08.30 PM

(ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ପେନସନ ଉପରେ ଗୁରୁତ୍ୱାରୋପ):
ଭୁବନେଶ୍ୱର: (ନ୍ୟୁଜ ଇଣ୍ଡିଆ ):-ଭାରତୀୟ ମଜଦୂର ସଂଘ ସହିତ ଜଡ଼ିତ ୱାର୍କିଂ ଜର୍ଣ୍ଣାଲିଷ୍ଟ ଅଫ୍ ଇଣ୍ଡିଆ (ଡବ୍ଲି୍ୟୁ ଜେ ଆଇ) ର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସମାରୋହ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାର ସମସ୍ତ ସାମ୍ବାଦିକ ଏବଂ ଡବ୍ଲି୍ୟୁ ଜେ ଆଇ ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଡବ୍ଲିଉ ଜେ ଆଇ ର ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଉପାଧ୍ୟାୟ ବୈଠକରେ ଯୋଗ ଦେଇଥିଲେ ଏବଂ ସାମ୍ବାଦିକଙ୍କ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସାମ୍ବାଦିକମାନେ ସମାଜର ଦର୍ପଣ। ସେମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦିଆଯିବା ଉଚିତ।
ଅଶୋକ ରଥ ( ନାଲକୋ ର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ), କୃଷ୍ଣ ଚନ୍ଦ୍ର ମିଶ୍ର (ସମାଜସେବୀ), ସୁଦର୍ଶନ ଦାସ (ସହପ୍ରାନ୍ତ କାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଓଡ଼ିଶା), ପୃଥ୍ୱୀରାଜ ପଣ୍ଡା, ସାଧାରଣ ସମ୍ପାଦକ (ଭାରତୀୟ ମଜଦୂର ସଂଘ) ଯୋଗଦେଇ ଖବର ଏବଂ କାହାଣୀ ପରିବେଷଣ କରିବା ସମୟରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ପ୍ରତିକୂଳ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ।

ପ୍ରସାନ୍ତ କୁମାର ପାଥଳ (ଓଡ଼ିଶା ପ୍ରଦେଶ ପ୍ରମୁଖ), କହିଛନ୍ତି, “ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ କଷ୍ଟକର ପରିସ୍ଥିତିରେ ଖବର ପ୍ରଦାନ କରିବା ପାଇଁ ସାମ୍ବାଦିକମାନେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ଏହା କହିବା ଦୁର୍ଭାଗ୍ୟଜନକ ଯେ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଏବଂ ପେନସନର କୌଣସି ବ୍ୟବସ୍ଥା ନାହିଁ। ତେଣୁ, ଆମେ ଦାବି କରୁଛୁ ଯେ ରାଜ୍ୟ ସରକାର କିମ୍ବା କୌଣସି ସଂଗଠନ ସାମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଗକୁ ଆସିବା ଉଚିତ।ସାମ୍ବାଦିକମାନଙ୍କୁ ପେନସନ ଏବଂ ସୁରକ୍ଷା ମିଳିବା ଉଚିତ।”
ଏହି ଅବସରରେ, ସମାଜ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସଞ୍ଜୟ କୁମାର ନାୟକ (ପରିବେଶବିତ୍, ଗଞ୍ଜାମ), ଆଡଭୋକେଟ୍ ପ୍ରିୟଦର୍ଶନ ପଟ୍ଟନାୟକ (ପୁରୀ), କୁମାରୀ ଚିନ୍ମୟୀ ବେହେରା (ଶିଶୁ ପ୍ରତୀଭା, ଯାଜପୁର), ଇଞ୍ଜିନିୟର ରାଜେନ୍ଦ୍ର କୁମାର ସେଠୀ (ଅଧୀକ୍ଷଣ ଯନ୍ତ୍ରୀ, ପି.ଏଚ.ଡି), ଡ଼ ସରତ ଚନ୍ଦ୍ର ମହାନ୍ତି (ଗୃହୋଦ୍ୟୋଗ, ଭୁବନେଶ୍ୱର),
ହାଡ଼ିବନ୍ଧୁ ପାଣିଗ୍ରାହୀ, (ପରିବେଶ ବିଶେଷଜ୍ଞ, ଭୁବନେଶ୍ୱର), ଅଶୋକ ରଥ (ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ନାଲକୋ), ସୁମିତ୍ରା ପଣ୍ଡା (ସମାଜସେବୀ, ଭୁବନେଶ୍ୱର),
ଇନ୍ଦିରା ଦାଶ (ସମାଜସେବୀ, ଭୁବନେଶ୍ୱର), ଅଭିମନ୍ୟୁ ମିଶ୍ର (ବରିଷ୍ଠ ସାମ୍ବାଦିକ, ଯାଜପୁର), ସଞ୍ଜୟ କୁମାର ମାଝୀ (ସମାଜସେବୀ), ଜେ.ମିନା ଆଚାର୍ଯ୍ୟ (ସମାଜସେବୀ) ଏବଂ ଡ଼ ଦୀନବନ୍ଧୁ ମଲ୍ଲିକ (ସମାଜସେବୀ) ପ୍ରମୁଖ।

Leave a Reply

Your email address will not be published. Required fields are marked *