May 9, 2025
Home » ବିକଶିତ ଗାଁ, ବିକଶିତ ଓଡ଼ିଶା, ଉଦଘାଟନ

ବିକଶିତ ଗାଁ, ବିକଶିତ ଓଡ଼ିଶା, ଉଦଘାଟନ

0
WhatsApp Image 2025-02-06 at 10.26.58 AM

_ଫୁଲବାଣୀ-ଇ ପି ଏ -କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରନେସନ ପଡ଼ିଆରେ ଜିଲ୍ଲା ସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦି, ଉପଜିଲ୍ଲାପାଳ ଶ୍ରୀ ଚିତ୍ତରଞ୍ଜନ ମହନ୍ତ, ସାଂସଦ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ମାଝୀ, କନ୍ଧମାଳ, ଫୁଲବାଣୀ ପୋୖର ପରିଷଦ ସାଂସଦ ପ୍ରତିନିଧି ଶ୍ରୀ ଜଗନ୍ନାଥ ସାହୁ, ଫୁଲବାଣୀ ବିଧାୟକ ପ୍ରତିନିଧି ଶ୍ରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ଅନ୍ୟମାନେ ଯୋଗଦେଇଥିଲେ।

ବହୁ ସଂଖ୍ୟା ରେ ଜନସାଧାରଣ ଯୋଗଦେଇ ମୂଖ୍ୟମନ୍ତ୍ରୀ ଙ୍କ ” ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ, କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅନୁପ ଅଭିଷେକ ବେହେରା ପରିଚାଳନା କରିଥିଲେ।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *