February 23, 2026
Home » ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

0
WhatsApp Image 2025-02-07 at 12.11.21 PM (1)

ସୁବର୍ଣ୍ଣପୁର–ରୟାଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଆଲୋଚନା କରିଥିଲେ। ପ୍ରାଣୀ ସମ୍ପଦ ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ କୃତ୍ରିମ ପ୍ରଜଜନ ଯୋଜନା, ଜାତୀୟ ପ୍ରାଣୀଧନ ଯୋଜନା, ଗୋ ସମ୍ପଦ ପାଇଁ ବୀମା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଘାସଚାଷ ଓ ମାଇ ବାଛୁରୀ ପାଳନ ପାଇଁ ଗୋପାଳକଙ୍କୁ ସହାୟତା ସମ୍ପର୍କରେ ମୁଖ୍ୟ ଅତିଥ୍‌ ଚାଷୀଙ୍କୁ ବୁଝାଇବା ସହ ଏହାର ଲାଭ ନେବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର ଉପଜିଲାପାଳ ଡ.ସୌମ୍ୟାରୂପା ରଥ, ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ଯକ୍ଷା ତାମସି ତାମସ୍ମିତା ନାୟକ, ବୌଦ୍ଧ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରାଓ ପାଲୋ, ସୁବର୍ଣ୍ଣପୁର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପରମାନନ୍ଦ ସେଠୀ, ସୁବର୍ଣ୍ଣପୁର ଜିଲା ମତ୍ସ୍ୟ ଅଧୁକାରୀ ବିଜୟ କୁମାର ସାହୁ ଓ ସମ୍ବଲପୁର ସ୍ଥିତ ସମଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ପାଳନ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ। ସୋନପୁର ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଭୀମଭୋଇ କଳା ପରିଷଦର କଳାକାର କ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ମତ୍ସ୍ୟ ଚାଷ ପାଇଁ ଡୁଙ୍ଗୁରିପାଲି ବ୍ଳକର ମା ମାହେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠି, ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ପାଇଁ ବିନିକା ବ୍ଳକର ଗୁରୁବାରୀ ବାଗ,ଛେଳିପାଳନ ପାଇଁ ବୀରମହାରାଜପୁର ବ୍ଲକ ବିଶାଲପାଲିର ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠି ଓ ବ୍ରଏଲର କୁକୁଡା ପାଳନ ପାଇଁ ତରଭା ବ୍ଳକ ବଡଭଇଁରେ ପଞ୍ଚାୟତର ରୀନା ମେହେରଙ୍କୁ ଅର୍ଥ ରାଶି ଓ ମୋମେଣ୍ଟୋ ଦେଇ ପୁରସ୍କୃତ କରା ଯାଇଥିଲା। ମମତା ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ମୃଣ୍ମୟ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅପରାହ୍ନରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ.ବିଶ୍ୱରଞ୍ଜନ ପଟ୍ଟନାୟକ, ବଲାଙ୍ଗୀର ମଣ୍ଡଳର ଉପ ମତ୍ସ୍ୟ ନିର୍ଦ୍ଦେଶକ ନୀଳାମ୍ବର କିଲାକା, ଅବସରପ୍ରାପ୍ତ ଜିଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ ଓ ଡ. ସରୋଜ ସାହୁ ଯୋଗଦାନ କରି ଚାଷୀଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ଅସୁବିଧା ସମ୍ପର୍କରେ ମତ ବିନିମୟ କରିଥିଲେ। ପରେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା I ଜିଲାର ୬ଟି ବ୍ଲକରୁ ଶତାଧ‌ିକ ଚାଷୀ ଏହି ମେଳାରେ ଯୋଗଦେଇ ବ୍ରଏଲର ଫାର୍ମ, ଛେଳି ପାଳନ, ଗୋପାଳନ, ଦୁଗ୍ଧ ପାଇଁ ଉନ୍ନ‌ତ କିସମର ଗାଈ , ବିଭିନ୍ନ କିସମର କୁକୁଡା ଚାଷ ସମ୍ପର୍କିତ ଜୀବନ୍ତ ପ୍ରଦର୍ଶନୀକୁ ଚାଷୀମାନେ ବୁଲି ଦେଖୁଥିଲେ। ସେହିପରି କୁକୁଡା ଚାଷ ଉପକରଣ, ଜଳ ବିଭାଜିକା ମିଶନ, ଉଦ୍ୟାନ କୃଷି, କୃଷି ବିଜ୍ଞାନ କେନ୍ଦ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର, କୃଷି ବିଭାଗ, ମିଲେଟ୍ସ ମିଶନର ଷ୍ଟଲ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ପସରା ଭଳି ଷ୍ଟଲ ଖୋଲା ଯାଇଥିଲା ଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡାକ୍ତର ସୁନାକର ସାମଲ, ଡାକ୍ତର ହିମାଂଶୁ ମହା ସୁନ୍ଦର ପାଣ୍ଡେ, ସୁବ୍ରତ କୁମାର ପୁରୋହିତ, କମଳ ପ୍ରଧାନ, ଶୁଭକାଂକ୍ଷି ବେହେରା, ଝସକେତନ ପଶାୟତ, ପ୍ରିୟବ୍ରତ ପ୍ରଧାନ, ଦେବେନ୍ଦ୍ର ସାହୁ, ରଞ୍ଜିତ ବେଉରିଆ ଓ ସଞ୍ଜିବ ବାରିକ୍ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।