February 27, 2026
Home » କାର ଦୁର୍ଘଟଣା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ।

କାର ଦୁର୍ଘଟଣା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ।

0
WhatsApp Image 2025-02-14 at 1.02.16 PM

ଦାଦନ ଖଟିବାକୁ ଯାଇ ନିଜ ଘର କୁ ଫେରୁଥିବା ସମୟରେ ଆମପାଣି ରାସ୍ତା କଡ ବସିଥିବା ଜଣେ ଦାଦନ ଶ୍ରମିକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେନୋ କାର ଧକ୍କା ଦେବାରୁ ଦାଦନ ଶ୍ରମିକ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା କରିଥିବା କାର କୁ ସ୍ଥାନୀୟ ଲୋକମାନେ ଆମପାଣି ପୁଲିସ ର ଜିମା ଦେଇଛନ୍ତି।

ସୂଚନା ମତେ ଛତିଶଗଡ଼ ଦେଭୋଗ ଥାନାଞ୍ଚଲ ଧରଣୀ ବାହାଲ ଗ୍ରାମ ଜଣେ ଯୁବକ ରମେଶ ଠାକୁର ( ୩୨) ବିଶାଖାପାଟଣା ଦାଦନ ଖଟିବାକୁ ଯାଇ ଏକ ବସ ରେ ଫେରି ଆମପାଣି ବସଷ୍ଟାଣ୍ଡ ନିକଟର ଏକ ଦୋକାନ ନିକଟରେ ଥିବା ବେଳେ ଏକ କାର ଆସି ଧକ୍କା ଦେଇଥିଲା।ଆମପାଣି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ଧର୍ମଗଡ଼ ଅଞ୍ଚଳ ର ବୋଲି ଜଣାପଡିଛି ।ପୁଲିସ ଡ୍ରାଇଭର ଓ ଅନ୍ୟ ଜଣେ ଲୋକ ଙ୍କୁ ଥାନା ରେ ଅଟକ ରଖାଯାଇଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଓ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *