February 10, 2026
Home » ଆକାଶ ବାୟିଯୁସ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସର ପ୍ରଥମ ପ୍ରବେଶିକା ପରୀକ୍ଷାରେ ସଫଳତା

ଆକାଶ ବାୟିଯୁସ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସର ପ୍ରଥମ ପ୍ରବେଶିକା ପରୀକ୍ଷାରେ ସଫଳତା

0
akash nara

ବ୍ରହ୍ମପୁର ଆକାଶ ବାୟିଯୁସ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସର ପ୍ରଥମ ପ୍ରବେଶିକା ପରୀକ୍ଷାରେ ଅଦ୍ଭୁତ ସଫଳତା ହାସଲ ହୋଇଛି। ଏନେଇ ଶନିବାର ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଶାଖା ମୁଖ୍ୟ ଶ୍ରୀ ରୋହିତ ସିଂ ଙ୍କ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀ ଯଥା ୯୯.୯୦ ପ୍ରତିଶତ ହାସଲ କରିଥିବା ଛାତ୍ର ଆୟୁଷ୍ମାନ ଦାସ, ୯୯.୬୫ ସାର୍ଥକ ଦାସ, ଅଂଶୁମାନ ସାହୁ ୯୮.୮୦, ସିମ୍ରମ୍ ପାଢ଼ୀ ୯୭.୮୭, ଓମ୍ କାରନାଥ ମିଶ୍ର ୯୭.୬୩, ଅମ୍ରିତା ଜେନା ୯୭.୩୧, ଗୁଞ୍ଜନ ମହାରଣା ୯୬.୯୫ ପ୍ରତିଶତ ହାସଲ କରି ବ୍ରହ୍ମପୁର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପମାଳ ପ୍ରଦାନ ପୂର୍ବକ ମିଠା ଖୁଆଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଇଞ୍ଜିନିୟରିଙ୍ଗ୍ ଏକାଡେମୀକ ମୁଖ୍ୟ ଶୁଭମ୍ ଗର୍ଗ, ଗଣିତ ଶିକ୍ଷକ ସନ୍ତୋଷ କୁମାର, କେମେଷ୍ଟ୍ରି ଶିକ୍ଷକ ଧିରଜ୍ ସିଂ, ଆୟୁବ ଅନ୍ସାରୀ, ଫିଜିକ୍ସ ଶିକ୍ଷକ ସାଇଲା ଇସଲାମ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *