November 28, 2025
Home » ପ୍ରାଥମିକ ସେବାଶ୍ରମ ରେ ବାର୍ଷିକ ଉତ୍ସବ।

ପ୍ରାଥମିକ ସେବାଶ୍ରମ ରେ ବାର୍ଷିକ ଉତ୍ସବ।

0
WhatsApp Image 2025-02-21 at 5.32.09 PM

ବିଷମକଟକ/ରାମନାଗୁଡା:-ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁମ୍ଭାର ଧାମୁନି ପ୍ରାଥମିକ ସେବାଶ୍ରମ ରେ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ବିଇଓ ଶ୍ରୀ ନବୀନ ଖରା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଅନଙ୍ଗ ବାଗ, ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଶ୍ରୀ ଆକାଶ ହିଆଲ୍,ଶ୍ରୀ ଚକ୍ରପାଣି ରତାନଲୁ ସମାଜସେବୀ ଶ୍ରୀ ପ୍ରସାନ୍ତ କୁମାର ପାଡ଼ୀ, ପରିଚାଳନା କମିଟି ସଭାପତି ଶ୍ରୀ ମୁକେଶ କୁମାର ଜେନା ମଧ୍ୟ ଉପସ୍ଥିତି ଥିଲେ । ପ୍ରଥମେ ମୁଖ୍ୟ ଅତିଥି ମାନେ ପ୍ରଦୀପ ପ୍ରଜଳନ କରିଥିଲେ ।

ଏହାପରେ ଶିକ୍ଷକ ଶ୍ରୀ ସ୍ମୃତି ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ କୁ ନେଇ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟରେ କୁତ୍ତି ପାଇ ଥିବା ଛାତ୍ର ଛାତ୍ରୀ କୁ ଅତିଥି ମାନେ ପୁରସ୍କୃତ କରିଥଲେ। ଶେଷରେ ଶିକ୍ଷକ ଶ୍ରୀ ସ୍ମୃତି ରଜନ୍ ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ଶେଷ କରିଥିଲେ ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *