July 5, 2025
Home » ଅଲିଭରିଡେଲଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ଅଲିଭରିଡେଲଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

0
WhatsApp Image 2025-02-23 at 12.32.28 PM

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ବିରଳ ପ୍ରଜାତିର ଅଲିଭରିଡେଲ କଇଁଛ । ଗତ ୩ରୁ ୪ ଦିନ ହେବ ଜାରି ରହିଥିବା ଏହି ଗଣଅଣ୍ଡାଦାନ ପ୍ରକ୍ରିୟାରେ ବର୍ତ୍ତମାନ ୬ ଲକ୍ଷ ୪୧ ହଜାର ଅଲିଭରିଡ୍‌ଲେ ଅଣ୍ଡାଦାନ କରିସାରିଛନ୍ତି । ଏହା ଅତୀତରେ ହୋଇଥିବା ଅଣ୍ଡାଦାନର ସମସ୍ତ ରେକର୍ଡ ଭଙ୍ଗ କରିଛି ।

ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଵା ସହ ବ୍ୟାରିକେଟ କରାଯାଇଛି । ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ୩୧ମେ ୨୦୨୫ ପର୍ଯ୍ୟନ୍ତ ଚାଲିବ ।

ଅନ୍ୟପଟେ ଗହୀରମଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ ଆଉ ଅଳ୍ପ କେଇ ଦିନ ମଧ୍ୟରେ ଏଠାରେ ମଧ୍ୟ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ, ଏହି ଅଲିଭରିଡ୍‌ ଲେ କଇଁଛ ମାନଙ୍କର ସମୂହ ଅଣ୍ଡାଦାନ ଚାଲିଥିବାରୁ, ମତ୍ସଜୀବୀମାନଙ୍କୁ ସମୁଦ୍ରକୂଳ ଠାରୁ ୨୦ ଫାଦାନ ଦୂରରେ ମାଛ ମାରିବା ପାଇଁ ଅନୁମତି ମିଳିଛି । ସେମାନେ ବ୍ୟବହାର କରୁଥିବା ଜାଲରେ ଏକ ସ୍ବତନ୍ତ୍ର ମେସିନ ଲଗାଯାଇଛି । ଯାହାଦ୍ବାରା ଜାଲରେ ଅଲିଭ ରିଡ଼ଲେ କଇଁଛ ପଡ଼ିଲେ ତାହା ସଙ୍ଗେ ସଙ୍ଗେ ଜଣା ପଡିବ ଏବଂ ସେହି ସମୟରେ ଜାଲକୁ ତଳକୁ କରିହେବ ।

ରାଜ୍ୟ ବନ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଋଷିକୂଲ୍ୟାରେ ୩.୨୩ ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ, ୨୦୨୧-୨୨ରେ ୫.୫୦ଲକ୍ଷ, ୨୦୨୨-୨୩ରେ ୬.୩୭ଲକ୍ଷ ଅଲିଭରିଡଲେ ଗଣଅଣ୍ଡାଦାନ କରିଥିଲେ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *