August 27, 2025
Home » ବିମାନବନ୍ଦର ଠାରେ ଉତମ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପିସିସି ସଭାପତି

ବିମାନବନ୍ଦର ଠାରେ ଉତମ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପିସିସି ସଭାପତି

0
WhatsApp Image 2025-02-28 at 4.24.03 PM (1)

ଭୁବନେଶ୍ୱର: -ଓଡ଼ିଶାର ମହାନ ଚଳଚିତ୍ର ଅଭିନେତା ସ୍ୱର୍ଗତ ଉତମ ମହାନ୍ତିଙ୍କ ପାର୍ଥୀବ ଶରୀର ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ପହଂଚିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପୁଷ୍ପଗୁଚ୍ଛ ପ୍ରଦାନ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ବାବୁଶାନଙ୍କୁ ସାକ୍ଷାତ କରି ପିତୃ ଶୋକଜନିତ ଦୁଃଖ ସହ୍ୟ କରିବାପାଇଁ ସାନ୍ତ୍ୱନା ଦେଇଥିଲେ ।

ପିସିସି ସଭାପତି ଶ୍ରୀ ଦାସ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ସ୍ୱର୍ଗତ ମହାନ୍ତିଙ୍କ ସହଧର୍ମିଣୀ ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଏ ଅସମୟରେ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସଙ୍କ ସହ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ରଜନୀ ମହାନ୍ତି, ରଣଜିତ ପାତ୍ର, ୟାସିର ନୱାଜ, ପ୍ରଦୀପ ମହାପାତ୍ର, ମନୋଜ ବିଶ୍ୱାଳ, ପରଭେଜ ମୁସାରଫ ଏବଂ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କୁ ଶେଷ ସମ୍ମାନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *