July 5, 2025
Home » ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ଦାଇତ୍ୱ ଗ୍ରହଣ କଲେ ସର୍ଜରୀ ବିଶେଷଜ୍ଞ

ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ଦାଇତ୍ୱ ଗ୍ରହଣ କଲେ ସର୍ଜରୀ ବିଶେଷଜ୍ଞ

0
WhatsApp Image 2025-02-28 at 5.46.28 PM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗତ କିଛି ଦିନ ତଳେ ଯୋଗ ଦେଇଥିବା ସର୍ଜରୀ ବିଶେଷଜ୍ଞ ଡ:ଅଭିଷେକ ପଟନାୟକ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ରୂପେ ସେ ନିଜ ଦାଇତ୍ୱ ଗ୍ରହଣ କରିଛନ୍ତି।ଏଥି ପୂର୍ବରୁ ଡ:ସୌରଭ ମହାପାତ୍ର ଗତ କିଛି ବର୍ଷ ଧରି ଏହି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଭାବେ ନିଜ ଦାଇତ୍ୱ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ସୂଚନା ଥାଉକି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୭୭୮୩/ ଏଚ, ୨୨/10/୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିକଟକୁ ଚିଠି କରାଯାଇଥିଲା ।ସେହି ପତ୍ର ସଂଖ୍ୟା କୁ ଆଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ ପତ୍ର ସଂଖ୍ୟା NO .XVIII-03/2025 842/2025 ରେ ତାରିଖ ୩୦/୦୧-୨୦୨୫ରେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ମେଡ଼ିକାଲ ଅଫିସର ପଦବୀ ରୁ ଓହରି ଯିବା ପାଇଁ ଚିଠି କରିଥିଲେ ।ଉକ୍ତ ଚିଠି ଅନୁସାରେ ଚର୍ମ ରୋଗ ବିଭାଗ ରେ ପିଜି ଶିକ୍ଷା ପାଇଁ ପୂର୍ବତନ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୌରଭ ମହାପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିର୍ଦ୍ଦେଶ କୁ ସମ୍ମାନ ଜଣାଇ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଦୀର୍ଘ ଦିନ ପରେ ସେ ନିଜ ଦାଇତ୍ୱ କୁ ସର୍ଜରୀ ବିଶେଷଜ୍ଞ ଡ: ଅଭିଷେକ ପଟନାୟକ ଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଦାଇତ୍ୱ ପ୍ରଦାନ କରିଛନ୍ତି।ଏହି ଦାଇତ୍ୱ ଗ୍ରହଣ କରିବା ପରେ ସର୍ଜରୀ ବିଶେଷଜ୍ଞ ଡ: ପଟନାୟକ ରୋଗୀ ମାନଙ୍କୁ ଉନ୍ନତ ମାନର ଚିକିତ୍ସା ଏବଂ କର୍ମଚାରୀ ମାନେ ଉତ୍ତମ ବ୍ୟବହାର ସହିତ ସମୟ କୁ ନଷ୍ଟ ନ କରି ସଠିକ ଭାବରେ ନିଜ ନିଜ ଦାଇତ୍ୱ ନିର୍ବାହ କରିବେ ସେ ସମ୍ପର୍କରେ ଦୃଷ୍ଟି ଦେବେ ବୋଲି କହିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟଟତ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଥିଲେ।

ramanaguda epa ru narasingh paricha nka report

Leave a Reply

Your email address will not be published. Required fields are marked *