July 5, 2025
Home » ପାରାଦୀପ ରେ ବିଏମଏସ ର ଦୁଇଦିନିଆ ୧୧ ତମ ସର୍ବ ଭାରତୀୟ ତ୍ରୟୀବାର୍ଷିକ ସମ୍ମିଳନୀ ଉଦଘାଟିତ 

ପାରାଦୀପ ରେ ବିଏମଏସ ର ଦୁଇଦିନିଆ ୧୧ ତମ ସର୍ବ ଭାରତୀୟ ତ୍ରୟୀବାର୍ଷିକ ସମ୍ମିଳନୀ ଉଦଘାଟିତ 

0
WhatsApp Image 2025-03-02 at 6.25.41 PM

ପାରାଦୀପ – ଭାରତୀୟ ପୋର୍ଟ ଏଣ୍ଡ ଡକ ମଜଦୁର ମହାସଂଘ (ବିଏମଏସ) ର ଦୁଇଦିନିଆ ୧୧ ତମ ତ୍ରୟୀବାର୍ଷିକ ସମ୍ମିଳନୀ ପାରାଦୀପ ବନ୍ଦରର ଜୟଦେବ ସଦନ ପରିସରରେ ଶନିବାର ଦିନ ଉଦଘାଟିତ ହୋଇଯାଇଛି l ଚଳିତ ମାର୍ଚ୍ଚ ୧ ଓ ୨ ତାରିଖ ଦୁଇଦିନ ବ୍ୟାପି ଚାଲିବାକୁ ଥିବା ଏହି ସମ୍ମିଳନୀ କୁ ବିଏମଏସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ଜୀ ହିମତେ ଉଦଘାଟନ କରିଥିଲେ l


ଏହି ଉଦଘାଟନୀ ସମାରୋହରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  l ଏହି ଅବସରରେ ବିଏମଏସ ର ରାଷ୍ଟ୍ରୀୟ ସଭାପତି ଶ୍ରୀକାନ୍ତ ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏମଏସ ର କେନ୍ଦ୍ରୀୟ ପ୍ରଭାରୀ  ଚନ୍ଦ୍ରକାନ୍ତ ଧୂମାଲ, ସହ ପ୍ରଭାରୀ ଭି.ଏନ.ଚାୱଡା, ବିଏମଏସ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପାଟିଲ, କୋଷାଧ୍ୟକ୍ଷ ସୁଧିର ଘରତ, ବିଏମଏସ ପାରାଦୀପ ଶାଖା ସଭାପତି ରାକେଶ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ପରିପ୍ରେକ୍ଷୀରେ ଏକ ପଦଯାତ୍ରା ବନ୍ଦର ସହର ପରିକ୍ରମା କରି ଜୟଦେବ ସଦନ  ସମ୍ମିଳନୀ ସଭା ନିକଟରେ ସମାପ୍ତ ହୋଇଥିଲା l ଏହି ଦୁଇଦିନିଆ ସମ୍ମିଳନୀ ରେ ପାରାଦୀପ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବିଏମଏସ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଛନ୍ତି l ଏହି ଦୁଇଦିନ ବ୍ୟାପି ସମ୍ମିଳନୀ ରେ ଭାରତ ର ବିଭିନ୍ନ ବନ୍ଦରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ପାରାଦୀପ ବିଏମଏସ ସଭାପତି ରାକେଶ ପଟ୍ଟନାୟକ ସୂଚନା ଦେଇଛନ୍ତି l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *