ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନିଯୁକ୍ତି ମେଳା ୨୦୨୫

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ନିଯୁକ୍ତି ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂ ଦେଓ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଉପ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଲଜି ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ଉପସ୍ଥିତ ଥିଲେ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀ ସଭାର ସଭାପତିତ୍ବ କରିଥିଲେ ।
ପ୍ରଥମେ ଅତିଥି ମାନେ ନିଯୁକ୍ତି ମେଳାରେ ଲାଗିଥିବା ଷ୍ଟଲ ବୁଲି ନିଯୁକ୍ତିଦାତା ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସଭା କାର୍ଯ୍ୟର ଆରମ୍ଭ କରାଯାଇଥିଲା । ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଯୁବପିଢ଼ି ଙ୍କୁ ମାନଙ୍କୁ କୁଶଳୀ ଓ ଦକ୍ଷ ହେବା ପାଇଁ ଉପଦେଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ। ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୩୧ ଟି ସରକାରୀ ଓ ବେସରକାରୀ ଉପସ୍ଥିତ ରହି ନିଯୁକ୍ତି ପାଇଁ ଯୁବପିଢି ଙ୍କୁ ମନୋନୀତ କରିଥିଲେ। ତୁରନ୍ତ ୫ ଜଣଙ୍କୁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ମୁଖ୍ୟ ଅତିଥି ଙ୍କ ହାତରୁ ନିଯୁକ୍ତି ପତ୍ର ଦିଆଯାଇଥିଲା । ଏହି ନିଯୁକ୍ତି ମେଳାରେ ବଲାଙ୍ଗିର ଜିଲ୍ଲା ଓ ଜିଲ୍ଲା ବାହାରୁ ୧୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ମନ ପସନ୍ଦର ନିଯୁକ୍ତି ସଂସ୍ଥା ବଛିଥିଲେ । ଏହି କାର୍ଯ୍ୟକ୍ରମରେ ନିଯୁକ୍ତି ଅଧିକାରିଣୀ ପଦ୍ମିନୀ ସାହୁ, ୟଙ୍ଗ ପ୍ରଫେସନାଲ ଭରତ କୁମାର ଦାସ, ସିଏମଏସଡିଏଫ ଅନନ୍ୟ ମଲ୍ଲିକ, କନିଷ୍ଠ ନିୟୋଜନ ଅଧିକାରୀ, ଦୀପକ କୁମାର ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ବଲାଙ୍ଗୀର ଇପିଏ ରୁ ସଚ୍ଚିଦାନନ୍ଦ ବାଗର୍ତ୍ତି