ଲଛିପୁରକୁ ନୂତନ ବ୍ଳକ ଗଠନ ଦାବିରେ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର– ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁରକୁ ଏକ ନୂତନ ବ୍ଳକ ଗଠନ ଦାବିରେ ଗତକାଲି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସତ୍ୟନାରାୟଣ ଦାଶଙ୍କ ଆଵାହକତ୍ୱ ରେ ଅନୁଷ୍ଠିତ ବୈଠକରେ ମହଦା ସରପଞ୍ଚ ଭୀମସେନ ସିଂଦେଓ ସଭାପତିତ୍ବ ଏବଂ ଛକୋରମାଲର ପୂର୍ବତନ ସରପଞ୍ଚ ଶଙ୍କର ପ୍ରସାଦ ସା ପରିଚାଳନା କରିଥିଲେ।ବୈଠକରେ ସୋନପୁର ବ୍ଲକର ରେଙ୍ଗାଲି, ଖଲିଆପାଲି , ଲଛିପୁର,ଛକୋରମାଲ,ମୟୁରଉଡାଣ, ବିନିକା ବ୍ଳକର ମହଦା,କୁହିଵାହାଲ,ଜୁଲୁଣ୍ଡା,କଇଁନ୍ତରା ଆଦି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଳକ ଗଠନ ପାଇଁ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ସାଂସଦ , ପଞ୍ଚାୟତିରାଜ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସଚିବ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୋନପୁର ବ୍ଲକର ଶେଷ ସୀମାରେ ଥିବା ଛକୋରମାଲ ପଞ୍ଚାୟତ ରୁ ବ୍ଲକ ସଦର ମହକୁମା କୁ ୪୫ କିମି ଦୂର ପଡୁଥିବା ବେଳେ ଲଛିପୁର ଠାରୁ ୩୦ କିମି ଦୂରତା ପଡୁଛି। ଏଣୁ ଲଛିପୁରରେ ନୂତନ ବ୍ଳକ ଗଠନ ହେଲେ ୯ଟି ପଞ୍ଚାୟତର ଜନସାଧାରଣ ଗମନାଗମନ ଦୃଷ୍ଟିରୁ ସୁବିଧା ପାଇପାରିବେ ।ଏଥିସହ ଲଛିପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୋଷ୍ଟ ଅଫିସ, ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ, ସେବା ସମବାୟ ସମିତି, ବ୍ୟାଙ୍କ, ଏଟିଏମ୍, ଥାନା, ସ୍କୁଲ, ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ,ଲିଟିଲ ଫ୍ଲାୱାର ସ୍କୁଲ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜଙ୍ଗଲ ବିଭାଗ କାର୍ଯ୍ୟାଳୟ, ଆୟୁର୍ବେଦିକ ଚିକିତ୍ସାଳୟ, ଆଦି କାର୍ଯ୍ୟାଳୟ ରହିଛି। ତେଣୁ ଲଛିପୁରକୁ ନୂତନ ବ୍ଳକ ଗଠନ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ କାର୍ଯ୍ୟ ପନ୍ଥା ପାଇଁ ବୈଠକରେ ଏକ ଆଞ୍ଚଳିକ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ସତ୍ୟନାରାୟଣ ଦାଶ, କାର୍ଯ୍ୟକାରୀ ସଭାପତି ଭୁବନ ଦାଶ, ସମ୍ପାଦକ ବାସୁଦେବ ରଣା, କୋଷାଧ୍ୟକ୍ଷ ଶମ୍ଭୁ ଭୂଷଣ ମେହେର,ମିଡ଼ିଆ ସେଲ୍ ରମାକାନ୍ତ ପୁଝାରୀ ଓ କମିଟିର ସଦସ୍ୟ ଭାବରେ ଅଲେଖ ନାଏକ,ଲଛମନ ସୁନା, ସଂଜୀବ ମିଶ୍ରଙ୍କ ସମେତ ୭ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ରହିଛନ୍ତି। ବୈଠକରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କରମଚାନ୍ଦ ମହାନ୍ତି, ଲଛିପୁର ସରପଞ୍ଚ ଜ୍ୟୋତିରଞ୍ଜନ ନୂଆଁଇ, ବିନିକା ବ୍ଳକ ସରପଞ୍ଚ ସଂଘ ସଭାପତି ତଥା ଜୁଲୁଣ୍ଡା ସରପଞ୍ଚ ରଜତ ପଧାନ, ରେଙ୍ଗାଲି ସରପଞ୍ଚ ପ୍ରଦୀପ ଵାଗ, ଖଲିଆପାଲି ସରପଞ୍ଚ ପ୍ରତିନିଧି ସାନୁର୍ଜ ନାଏକ, ବାସୁଦେବ ରଣା,ମେଘନାଦ ସାହୁ, ମହଦା ସମିତି ସଭ୍ୟ ଵାହାଦୋଲ ଚୈଧୁରୀ, ଲିସବନ କର୍ଣ୍ଣ, ସୋନପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ନବକୃଷ୍ଣ ଦନ୍ତା, ଶିକ୍ଷାବିତ କିଶୋର କର୍ମୀଙ୍କ ସମେତ ବିନିକା ଓ ସୋନପୁର ବ୍ଲକର ୯ଟି ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର