March 13, 2025
Home » ପଟାଭାଡି କୋଳପଡା ବରଗଛ ଛକରେ ଥଣ୍ଡାପାନୀୟ ପ୍ରକଳ୍ପ ସ୍ଥାପନ ପାଇଁ ଦାବି l

ପଟାଭାଡି କୋଳପଡା ବରଗଛ ଛକରେ ଥଣ୍ଡାପାନୀୟ ପ୍ରକଳ୍ପ ସ୍ଥାପନ ପାଇଁ ଦାବି l

0

ସୁବର୍ଣ୍ଣପୁର– ସୋନପୁର ପୈାରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ପଟାଭାଡି ଛକଠାରୁ ଜନମୁରା ଯିବା ରାସ୍ତାର କୋଳପଡା ବରଗଛ ଛକରେ ଏକ ଥଣ୍ଡାପାନୀୟ ପ୍ରକଳ୍ପ ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଛକରେ ଦୀର୍ଘ ଦିନ ହେଲା ଏକ ନଳକୂଅ ଅଚଳ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତା ଦେଇ ଦୈନନ୍ଦିନ ଲକ୍ଷ୍ମୀ ବସ୍ ସମେତ ବିଭିନ୍ନ ସ୍କୁଲ୍, କଲେଜ ଭେନ ଯିବା ଆସିବା କରିଥାଏ । ଏଠାରେ ଅପେକ୍ଷା କରିଥିବା ଯାତ୍ରୀ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ପାଣି ସେବନରୁ ବଞ୍ଚିତ ରହୁଛନ୍ତି।ଏହି ଛକରେ ଦୈନନ୍ଦିନ ସକାଳେ, ସନ୍ଧ୍ୟାରେ ବିଭିନ୍ନ ଜଳଖିଆ ଉଠା ଦୋକାନ ଲାଗିଥାଏ। ଜଳଖିଆ ଖାଇବା ପାଇଁ ଲୋକଙ୍କ ଗହଳି ଜମିଥାଏ । ଏଠାରେ କୈାଣସି ନଳକୂପ କିମ୍ବା ଥଣ୍ଡା ପାନୀୟ ପ୍ରକଳ୍ପ ନଥିବାରୁ ଲୋକେ ୫୦୦ ମିଟର ଦୂର କୋଳପଡା ବସ୍ତି ନଳକୂପ ଉପରେ ନିର୍ଭର କରୁଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରବାହରେ ଜଳ ସଙ୍କଟ କୁ ଦୃଷ୍ଟି ଦେଇ ସୋନପୁର ପୈାରପରିଷଦ ପକ୍ଷରୁ ତୁରନ୍ତ ଏଠାରେ ଥଣ୍ଡାପାନୀୟ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି

।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *