March 14, 2025
Home » ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୨୮ ଦିନିଆ କୁକୁଡ଼ା ଚିଆଁ ବଣ୍ଟନ ଉପକୃତ ହେଲେ ୯୦ ହିତାଧିକାରୀ)

ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୨୮ ଦିନିଆ କୁକୁଡ଼ା ଚିଆଁ ବଣ୍ଟନ ଉପକୃତ ହେଲେ ୯୦ ହିତାଧିକାରୀ)

0

ରାମନାଗୁଡା:ରାଜ୍ୟ ସରକାର ଙ୍କ ତରଫରୁ ୨୦୨୪-୨୫ ଆର୍ଥିକ ବର୍ଷ ରେ “ଘର ଅଗଣାରେ କୁକୁଡ଼ା ପାଳନ” ଯୋଜନା ମାଧ୍ୟମରେ ରାମନାଗୁଡ଼ା ବ୍ଲକ ରେ ୯୦ ଜଣ ହିତାଧିକାରୀ ଙ୍କୁ ଚୟନ କରାଯାଇଥିଲା।ଗରିବ ଲୋକ ମାନଙ୍କର ଜୀବନ ଜୀବିକା ରେ ଉନ୍ନତି ତଥା ଗ୍ରାମାଞ୍ଚଳ ର ଆର୍ଥିକ ବିକାଶ ଆଣିବା ହେଉଛି ଏହି ଯୋଜନା ର ମୂଳ ଲକ୍ଷ୍ୟ।

କୁକୁଡ଼ା ଘର ତିଆରି କରିବା ପାଇଁ ପ୍ରଥମେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦୦ ଟଙ୍କା ଲେଖାଏ ତାଙ୍କ ର ବ୍ୟାଙ୍କ୍ ଆକାଉଣ୍ଟ ରେ ପ୍ରଦାନ କରାଯାଇଥିଲା।ଆଜି ରାମନଗୁଡ଼ା ପ୍ରାଣୀ ଚକିତ୍ସାଳୟ ପରିସର ମଧ୍ୟରେ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪୫ ଗୋଟି ଲେଖାଏ ୨୮ ଦିନ ର କୁକୁଡ଼ା ଚିଆଁ ସମ୍ପୂର୍ଣ୍ଣ ମାଗଣା ରେ ପ୍ରଦାନ କରାଯାଇଛି।ଆଜି ସର୍ବ ମୋଟ ୪୦୫୦ କୁକୁଡ଼ା ଚିଆଁ ୯୦ ଜଣ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଛି।


ଏହି କୁକୁଡ଼ା ବଣ୍ଟନ କାର୍ଯକ୍ରମ ରାମନାଗୁଡ଼ା ପ୍ରାଣୀ ଚକିତ୍ସାଳୟ ର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କୃଷ୍ନାନନ୍ଦ ବେହେରା ଙ୍କ ର ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ପଞ୍ଚାୟତ ର ପ୍ରାଣୀ ଧନ ସହାୟକ ଓ ଶକ୍ତି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ରାମନାଗୁଡା ବ୍ଳକ ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *