July 5, 2025
Home » ରାଜନୀତି ବିଜ୍ଞାନ ବାର୍ଷିକ ସଂପାନ ପାଳିତ

ରାଜନୀତି ବିଜ୍ଞାନ ବାର୍ଷିକ ସଂପାନ ପାଳିତ

0
WhatsApp Image 2025-03-11 at 6.27.01 PM

ପାରାଦୀପ ମହାବିଦ୍ୟାଳୟ ପରିସର ରେ ମହାବିଦ୍ୟାଳୟ ରାଜନୀତି ବିଭାଗ ପକ୍ଷରୁ ” ଜନମଙ୍ଗଲ, ସମ୍ବଳ ଓ ସାମର୍ଥ୍ୟ : ସମାନତା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ର ପ୍ରଫେସର୍ ଡକ୍ଟର ଜ୍ଞାନରଞ୍ଜନ ସ୍ବାଇଁ ମୁକ୍ଷ୍ୟ ବକ୍ତା ଭାବେ ଯୋଗ ଦେଇ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମହାବିଦ୍ୟାଳୟ ର ଅଧକ୍ଷା ଡକ୍ଟର ସସ୍ମିତା ଶତପଥୀ ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ମମତା ଖଣ୍ଡାୟତ ରାୟ ଅତିଥି ମାନଙ୍କର ପରିଚୟ ଦେଇଥିଲେ। ବିଭାଗ ର ଅଧ୍ୟାପିକା ମିସ୍ ତପସ୍ଵିନୀ ବେହେରା ଉଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପିକା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *