November 13, 2025
Home » ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
WhatsApp Image 2025-03-17 at 8.27.13 PM

ସରକଣା ଗ୍ରାମ ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l ଭୁବନେଶ୍ୱର ତା 17.03.2025ରିଖ :ଆଜି ପୂର୍ବାହ୍ନରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ, ସରକଣା ଗ୍ରାମ ପଂଚାୟତ କଲ୍ୟାଣ ମଣ୍ଡପ ଗୃହ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରା଼ଣା ଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଅଭିଯୋଗ ସୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର, ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା, ଶ୍ରୀ ଜ୍ୟୋତିଶଙ୍କର ସାହୁ, ଉପ ଜିଲ୍ଲାପାଳ, ଭୁବନେଶ୍ୱର ଡ଼. ମନୋରଞ୍ଜନ ସାହୁ,ଏ ସି ପି, ଜୋନ- 4 ଶ୍ରୀ ବିଭୁତି ଭୂଷଣ ମହାନ୍ତି,ଅବକାରୀ ଅଧିକ୍ଷକ, ଖୋର୍ଦ୍ଧା, ଶ୍ରୀ ଦେବାଶିଷ ପଟେଲ,ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଗଙ୍ଗାଧର ଜେନା,ବାଲିଅନ୍ତା ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ଇତିଶ୍ରୀ ଜେନା, ବି ଡି ଓ, ସୁଶ୍ରୀ କସ୍ତୁରୀ ସ୍ୱାଇଁ,ତାସିଲଦାର ଶ୍ରୀ ବିମଳ ଲେଙ୍କା ଯୋଗଦେଇ ଥିଲେ l ପ୍ରାରମ୍ଭରେ ମାନ୍ୟବର ବିଧାୟକ, ଜୟଦେବ ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିବାସହ ଜନସାଧାରଣ ମାନେ ନିଜର ଯଥାର୍ଥ ଆପତ୍ତି ଅଭିଯୋଗ ଗୁଡିକୁ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରି ସେଗୁଡିକର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ 172 ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 129 ଗୋଟି ଅଭିଯୋଗ ବ୍ୟକ୍ତିଗତ, 37ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ 3 ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନିଜଣ ଅଭିଯୋଗ କାରିଙ୍କୁ ପନ୍ଦର ହଜାର, ଦଶ ହଜାର ଏବଂ ଦଶ ହଜାର ଲେଖାଏଁ ଆର୍ଥିକ ସାହାୟତା ରାଶି ପ୍ରଦାନ କରିଥିଲେ l ସେହି ପରି ତିନି ଜଣ ଅଭିଯୋଗ କାରିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା l ପରେ ଜିଲ୍ଲାପାଳ ଶ୍ରୀ ରା଼ଣା ସମନ୍ୟୁତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି ଖାଦ୍ୟ ଷ୍ଟଲ, ଓଡିଶା ଜୀବିକା ମିଶନ, ଗ୍ରାମୀଣ ଗୃହ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ପ୍ରାଣୀ ଚିକିତ୍ସା ବିଭାଗ, ଉଦ୍ୟାନ କୃଷି ଏବଂ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ତିଆରି ଷ୍ଟଲ ବୁଲି ଦେଖିଥିଲେ l ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର, ଅଭିଯୋଗ,ଆର୍ତତ୍ରାଣ ମଲ୍ଲିକ, ସହକାରୀ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର,ସରପଞ୍ଚ ଶ୍ରୀମତୀ ଵିଷ୍ଣୁ ପ୍ରିୟା ସାହୁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ l

Leave a Reply

Your email address will not be published. Required fields are marked *