ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ କଇ଼ଁଝର ପଞ୍ଚାୟତ ସଭାଗୃହ ଠାରେ ଟିକାବାଲି ବୃହଦାକାର ବହୁମୁଖୀ ସମବାୟ ସମିତି ଲି ର ଶାଖା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶିଶିର କୁମାର ବେହେରା ଙ୍କ ନେତୃତ୍ବରେ ଟିକାବାଲି,କଟିମାହା , କଇ଼ଁଝର, ବେହେରା ଗାଁ, ବସ୍ତିଙ୍ଗିଆ ର ଚାଷୀ ମାନଙ୍କ ଏକତ୍ରିକରଣ ସଶକ୍ତି ସମବାୟ ସୃଦୁଢ ସମାଜ ସମୃଦ୍ଧ ଜୀବନ ଗଠନ ନେଇ କଇ଼ଁଝର ପଞ୍ଚାୟତ ସଭାଗୃହ ଠାରେ ଆୟୋଜିତ ଆର୍ନ୍ତଜାତୀୟ ସମବାୟ ବର୍ଷ – ୨୦୨୫ ଓ ବାର୍ଷିକ ସାଧାରଣ ସଭାରେ ସଭାପତି ଶ୍ରୀ ବ୍ରହ୍ମା ଶଙ୍କର କହଁର ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା,ସଭାରେ ମୂଖ୍ୟ ଅତିଥି ଭାବେ କଇ଼ଁଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମତୀ ସୁନିତା କହଁର ଯୋଗ ଦେଇଥିଲେ।ଏହି ଅବସରରେ ଏକାଉଣ୍ଟ୍ ଶ୍ରୀ ବିଭୁତି ଭୁଷଣ ଭୋଇ, ଡାଇରେକ୍ଟର ଶ୍ରୀ ଗ୍ରାମସେବକ କହଁର, ପୂର୍ବତନ ଡାଇରେକ୍ଟର ଶ୍ରୀ ମାନସ ରଂଜନ ଭୋଇ,ଡି. ଇ. ଓ ଶ୍ରୀ ଚିକୁନ ଦଳବେହେରା,ଲୋନଆସିଷ୍ଟାଣ୍ଟ ଶ୍ରୀମତୀ ରସ୍କୀତା ମହାନ୍ତି,ରଞ୍ଜୀବ ପାତ୍ର ,ଜିତୁ ପାତ୍ର ଯୋଗ ଦେଇଥିଲେ। କୃଷି ର ଉନ୍ନତୀ ପାଇଁ ଜଳସେଚନ ର ବ୍ୟବସ୍ତା ନାହଁ ସରକାର ଙ୍କ ଦୃଷ୍ଟି ପଡ଼ିବାକୁ ଚାଷୀମାନେ କହିଥିଲେ, ଏହି ଅବସରରେ ମୂଖ୍ୟ ଅତିଥି ସରପଞ୍ଚ ଶ୍ରୀ ମତୀ ରୁନୀତା କହଁର କହିଲେ ଆମ ଅଞ୍ଚଳ ରେ ଜଳସେଚନ ର ବ୍ୟବସ୍ତା ପାଇଁ ଓଡିଶା ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦୃଷ୍ଟି କୃଷକମାନେ ଉପକୃତ ହେବେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ