November 13, 2025
Home » ଓପି ଜିନ୍ଦଲ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ* ପେନାଲ୍ଟି ସୁଟ୍ଆଉଟରେ ସେରେଣ୍ଡା ଚାମ୍ପିଅନ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ* ପେନାଲ୍ଟି ସୁଟ୍ଆଉଟରେ ସେରେଣ୍ଡା ଚାମ୍ପିଅନ

0
WhatsApp Image 2025-03-21 at 8.54.06 PM

ବଡ଼ବିଲ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ ଆଇରନ ଏଣ୍ଡ ଡୋଲୋମାଇଟ ଖଣି ପାର୍ଶ୍ୱବର୍ତ୍ତୀ କାଶିଆ(କ) ଗ୍ରାମରେ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କାଶିଆ(ଖ) ଟିମକୁ ପେନାଲ୍ଟି ସୁଟଆଉଟରେ ହରାଇ ସେରେଣ୍ଡା ଟିମ୍ ଚାମ୍ପିଅନ ହୋଇଛି। ୩ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେରେଣ୍ଡା, ଭଦ୍ରାସାହି ପଞ୍ଚାୟତର ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ଏସଡିପିଓ ଶ୍ରୀ ଡିଏନ୍ ପିଙ୍ଗୁଆ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଶିଆ ମାଇନ୍ସ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ସେରେଣ୍ଡା ସରପଞ୍ଚ ଶ୍ରୀମତୀ ସୁଶ୍ମିତା ସିଦ୍ଦୁ, ଭଦ୍ରାସାହି ସରପଞ୍ଚ ଶ୍ରୀମତି ପ୍ରମୀଳା ନାଏକ ଯୋଗଦେଇଥିଲେ। ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା,ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ସୁରକ୍ଷା ଓ ପ୍ରସାର ପାଇଁ ଜେଏସପିର ପ୍ରତିଶ୍ରୁତିବଦ୍ଧତାକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏଭଳି କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ଅଞ୍ଚଳର ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସହ ଅଞ୍ଚଳରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବ ବୋଲି ଅତିଥିମାନେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରାଙ୍କ ସମେତ ଅନ୍ୟ ଅଧିକାରୀ ଓ ସ୍ଥାନୀୟ ଗ୍ରାମର ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ୧୫ ବର୍ଷରୁ କମ ବାଳକ, ବାଳିକା ଟିମ ସମେତ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ବୟସ୍କଲୋକମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *