ବ୍ରହ୍ମପୁର ମହାନଗର ଦଣ୍ଡନାଚ ମହାସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ
ବ୍ରହ୍ମପୁର: ସ୍ଥାନୀୟ ନୂଆବସ୍ଷ୍ଟାଣ୍ଡା-ଗେଟ୍ବଜାର ରୋଡଠାରେ ଥିବା ଅଭିରାମ ମଠ ମନ୍ଦିର ପରିସରରେ ବ୍ରହ୍ମପୁର ମହାନଗର ଦଣ୍ଡନାଚ ମହାସଂଘ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାନଗର ସଭାପତି ଦେବୀ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାଙ୍ଗଠନିକ ବୈଠକରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସଭାପତି ଶିବରାମ ପ୍ରଧାନ, ସମ୍ପାଦକ ସରୋଜ ଚନ୍ଦ୍ର ସାହୁ, ଉପଦେଷ୍ଟା ଦେବେନ୍ଦ୍ର ପ୍ରସାଦ ଶର୍ମା, ପାଣିଗ୍ରାହୀପେଣ୍ଠ ଦଣ୍ଡକାଳୀ ମନ୍ଦିର ସଭାପତି ଦଣ୍ଡପାଣି ସାହୁ, ବିଜିପୁର ଦଣ୍ଡକାଳୀ ମନ୍ଦିର ଅଧିକାରୀ ପି.ନାନି ରାଓ, ପାତାଳେଶ୍ୱରର ତାରିଣୀ ନାୟକ, ସୁରେନ୍ଦ୍ର ସେନାପତି ନୂଆବସ୍ଷ୍ଟାଣ୍ଡ୍ର ଆନନ୍ଦ ଶରଣୀ, ଗୋକର୍ଣ୍ଣେଶ୍ୱର ମାଁ ଶ୍ୟାମା ଦଣ୍ଡକାଳୀ ମନ୍ଦିରର ମୁଖ୍ୟ ପୂଜକ ତାରିଣୀ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଚଳିତ ବର୍ଷ ଦଣ୍ଡଯାତ୍ରାରେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନ କରାନଯାଇ ସାମାଜିକ ନାଟକ ପ୍ରଦର୍ଶନ କରାଯିବ । କିନ୍ତୁ ୨୦୨୬ ମସିହାଠାରୁ ସାମାଜିକ ନାଟକ, ରେକର୍ଡ଼ ଡ଼୍ୟାନ୍ସ ନାରୀ ଅଭିନେତ୍ରୀମାନଙ୍କୁ ଆଣି ମଞ୍ଚର ଅଙ୍ଗ ପ୍ରଦର୍ଶନ ନ କରିବା, ଧୂଳିଦଣ୍ଡରେ ଅଶ୍ଲୀଳ ଭାଷା ପ୍ରୟୋଗ ନ କରିବା ନେଇ ଉକ୍ତ ବୈଠକରେ ସମସ୍ତ ଅନୁଷ୍ଠାନର ସହମତି କ୍ରମେ ବ୍ରହ୍ମପୁର ମହାନଗର ଦଣ୍ଡନାଚ ମହାସଂଘ ପକ୍ଷରୁ ଏଠାରେ କଠୋର ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ନୂଆବସ୍ଷ୍ଟାଣ୍ଡ୍ ଦଣ୍ଡକାଳୀ ମନ୍ଦିରର ପରିଚାଳନା କମିଟିର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
