December 21, 2025
Home » ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

0
WhatsApp Image 2025-03-21 at 5.03.19 PM

ପୁରୀ : ଖାଉଟି ର ଅଧିକାର ହେଉଛି ଦ୍ରବ୍ୟ ର ସଠିକ ଗୁଣବତ୍ତା,ଉପଯୁକ୍ତ ମାପ, ଓଜନ ଚିହ୍ନଟ ଏବଂ ମାନର ଯାଞ୍ଚ।କିନ୍ତୁ ବ୍ୟସ୍ତତା ଯୋଗୁଁ ହେଉ ବା ସଚେତନତା ର ଅଭାବ,ଖାଉଟି ଏହାର ସୁବିଧା ନେଇ ପାରୁ ନାହିଁ ଓ ଠକାମୀର ଶିକାର ହେଉଛି।ଖାଉଟି ସଚେତନ ହେଲେ ଖାଉଟି ଅଧିକାର ଦିବସ ସଫଳ ହେବ ବୋଲି କହିଛନ୍ତି ବକ୍ତା ମାନେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମାପ ଓ ଓଜନ ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ସାମାଜିକ ଅନୁଷ୍ଠାନ ନିହିଡାର ସହଯୋଗ ରେ ସର୍କିଟ ହାଉସ ଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଉପଭୋକ୍ତା।ତେଣୁ ପ୍ରତ୍ୟେକ ଉପଭୋକ୍ତା ନିଜ ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଉଚିତ।ପ୍ରତ୍ୟେକ କ୍ଷେତ୍ରରେ ସଚେତନତା ହିଁ ସତର୍କତା ଓ ସୁରକ୍ଷା।ତେଣୁ ସମସ୍ତ ଖାଉଟି ମାନେ ଯେ କୌଣସି ଦ୍ରବ୍ୟ କ୍ରୟ କରିବା ବେଳେ ତାହାର ଗୁଣବତ୍ତା, ଦାମ୍,ଅବଧି,ଓଜନ ଇତ୍ୟାଦି କୁ ତନ୍ମ ତନ୍ମ କରି ଅନୁଧ୍ୟାନ କରିବା ଉଚିତ ବୋଲି ସେ କହିଥିଲେ।।

ମାପ ଓ ଓଜନ ବିଭାଗର ଉପନିୟନ୍ତ୍ରକ ପ୍ରଗତି ନାୟକ ଦ୍ରବ୍ଯ କ୍ରୟ ସମୟରେ ପ୍ରତ୍ୟେକ ଖାଉଟି ସଚେତନ ହେବା,ଯାହା ଦ୍ୱାରା ଠକାମୀର ଶିକାର ନ ହେବା କୁ ସେ ପରାମର୍ଶ ଦେଇଥିଲେ। ଆମେ ପ୍ରତ୍ୟେକ ସତର୍କ ରହିବା ସହ ଆଇନ ସହାୟତା ନେଇ ଉପଭୋକ୍ତା ର ସୁରକ୍ଷା କୁ ସୁରକ୍ଷିତ ରଖିବାକୁ ସେ ମତ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବାର ଆସୋସିଏସନ ର ସମ୍ପାଦକ ଦୀପକ କୁମାର ଦାସ, ଓରେଡାର ସହକାରୀ ନିର୍ଦ୍ଦେଶକ ମହେଶ୍ବର ବଡଜେନା,ବରିଷ୍ଠ ସାମ୍ବାଦିକ ସତ୍ୟ ରାଉତରାୟ ପ୍ରମୁଖ ଯୋଗ ଦେଇ ଉପଭୋକ୍ତା ସୁରକ୍ଷା ଆଇନ,ଆଇନ ରେ ସହାୟତା ବ୍ୟବସ୍ଥା ଓ ଖାଉଟି ର ଦାୟିତ୍ୱ ସମ୍ପର୍କରେ ଆହ୍ଵାନ ଦେଇଥିଲେ।ବିଭିନ୍ନ ଯୋଜନା ଓ ସେଥିରେ ଥିବା ସହାୟତା ସମ୍ପର୍କରେ ଆଲୋଚନା କରାଯାଇ ତାହା ର ଉପଯୋଗ ସମ୍ପର୍କରେ ସୂଚନା ଦିଆଯାଇଥିଲା। ନିହିଡା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ଚଳିତ ବର୍ଷ ର ଉପଭୋକ୍ତା ଦିବସର ବିଷୟ ସ୍ଥାୟୀ ଜୀବନ ଶୈଳୀ କୁ ଏକ ନ୍ୟାୟିକ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ,ସ୍ୱଛାସେବୀ ମାନେ ଯୋଗ ଦେଇଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *