July 5, 2025
Home » ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ;ବିଭିନ୍ନ ବ୍ଯକ୍ତିତ୍ବ ସମ୍ବର୍ଦ୍ଧିତ

0
WhatsApp Image 2025-03-26 at 7.17.18 PM

ବ୍ରହ୍ମପୁର,୨୩/୦୩: ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ବ୍ରହ୍ମପୁର ସ୍ଥିତ କେ.ସି.ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବରେ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ସୁଶାନ୍ତ ଦାସ,ଉପ ନିର୍ଦ୍ଦେଶକ,ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ,ଦକ୍ଷିଣାଞ୍ଚଳ,ବ୍ରହ୍ମପୁର, ସମ୍ମାନିତ ଅତିଥି ଭାବେ ଶାନ୍ତନୁ ସୁନା,ବିଭାଗିୟ ମୁଖ୍ଯ,ଓଡ଼ିଆ,ଶଶୀଭୂଷଣ ରଥ ସ୍ବୟଂଶାସିତ ହମିଳା ମହାବିଦ୍ୟାଳୟ, ବ୍ରହ୍ମପୁର,ଡ.ଲକ୍ଷ୍ମୀନାରାୟଣ ଦାଶ,ସମ୍ପାଦକ,ତ୍ରିଧାରା ସାହିତ୍ଯ ସଂସଦ, ଯୋଗ ଦେଇଥିବାବେଳେ କବିତା ସଂଯୋଜନା କରିଥିଲେ ଲୋକ ନାଥ ନାୟକ,ସୁଭ୍ରଜିତ୍ ସାହୁ ଓ ସସ୍ମିତା ପାଣିଗ୍ରାହୀ ।


୩୦ ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ କବିତା ପାଠ କରିଥିଲେ। ଦ୍ବିତୀୟ ଅଧିବେଶନରେ ବାଷିର୍କ ଉତ୍ସବ ପାଳନ ହୋଇଥିଲା। ବାଷିର୍କ ଉତ୍ସବରେ ପିପିଟି ଅଧ୍ୟକ୍ଷା ଦେବସ୍ମିତା ପଟ୍ଟନାୟକ ସଭାପତିତ୍ବ କରିଥିଲେ। ମୁଖ୍ଯ ଅତିଥି ଡ.ରମେଶ ପ୍ରଧାନ,ଅବସରପ୍ରାପ୍ତ ପ୍ରଧ୍ଯାପକ,ମୁଖ୍ଯ ବକ୍ତା ଭାବେ ଡ. ସୁଜିତ କୁମାର ପଣ୍ଡା,ଅଧ୍ୟକ୍ଷ,ଧରାକୋଟ ଡିଗ୍ରୀ କଲେଜ,ସମ୍ପାଦକ ସମରଜିତ୍ ମହାନ୍ତି,ଉପ ସଭାପତି ବିଘ୍ନେଶ୍ୱର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। “ଖବର କାଗଜରେ ସାହିତ୍ୟ ଫର୍ଦ୍ଦ ” ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବାଦର ଜିଲ୍ଲା ପ୍ରତିନିଧି ସୁଦିପ୍ତ ଷଡଙ୍ଗୀଙ୍କୁ ମାନ ପତ୍ର ସହିତ ୫୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ, ଶ୍ରେଷ୍ଠ ଗ୍ରାମାଞ୍ଚଳ ସାମ୍ବାଦିକ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଶାନ୍ତୁନୁ କର୍ଣ୍ଣଙ୍କୁ ମାନପତ୍ର ସହିତ ୨୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ, ପିପିଟି ସାହିତ୍ୟ ସମ୍ମାନ ଡ.ଅଶୋକ କୁମାର ପଣ୍ଡା,ପ୍ରଧ୍ଯାପକଙ୍କୁ ସମ୍ମାନିତ କରାଯାଇଥିଲା। ୩୦ ଜଣ କବିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ପିପିଟି ପକ୍ଷରୁ ସହ ସମ୍ପାଦକ ନାରାୟଣ ମିଶ୍ର, ଏସ୍.ବିଜୟ ଲକ୍ଷ୍ମୀ,ସପ୍ନେଶ୍ବର ପାଣିଗ୍ରାହୀ,ଉମାଚରଣ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାନା କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *