April 22, 2025
Home » ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

0

l

ସୁବର୍ଣ୍ଣପୁର —-ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ “ଶିଶୁ ବାଟିକା” ଆରମ୍ଭ କରାଯାଉଛି । ଏଥିରେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତିମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ।
ଏହି କ୍ରମରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆସନ୍ତା ଅପ୍ରେଲ ୨ ତାରିଖରେ “ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମିନାରାଣୀ ମଙ୍ଗଳ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଳତା ଭୋଇ, ସୋନପୁର ବ୍ଲକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକିର ଚରଣ ଭୋଇ ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ଶ୍ରୀମତୀ ସ୍ମିତା ମିଶ୍ର,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଡଭିତର ଶ୍ରୀଯୁକ୍ତ ବୁଦ୍ଧଦେବ ସା ,ସରକାରୀ ପ୍ରାଥମିକ ବିଦ୍ୟାଳୟ ପଟାଭାଡି ର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଙ୍କ ସହ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମିଶ୍ର ବିଦ୍ୟାଳୟ ନିକଟସ୍ଥ ଅଭିଭାବକ ଙ୍କୁ ଭେଟି ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ ଓ ଅଭିଭାବକ ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ଗୁଡିକ ବିଷୟରେ ଅବଗତ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *