ଅନ୍ତ୍ୟୋଦୟ ଗୃହ ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

ରାଜ୍ୟରେ ଥିବା ଭୁମିହୀନ ଲୋକଙ୍କୁ ପକ୍କାଘର ଯୋଗାଇବା ଆଶା ପୁରଣ କରାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସମଗ୍ର ରାଜ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରାଯାଇଛି। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ଦେଓଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ। ଉପଜିଲ୍ଲାପାଳ ପରଖିତ ସାହୁ। ତିଲେଇବଣି ବିଡ଼ିଓ ବ୍ଲକ ଅଧକ୍ଷ ବୃନ୍ଧାବତି ଭୋଇ। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଆରତି ପ୍ରଧାନ। ତିଲେଇବଣି ର ସମସ୍ତ ସରପଞ୍ଚ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ କାର୍ଯ୍ଯlଦେଶ ପତ୍ର ପ୍ରଦାନ କରିଥିଲେ। ତେବେ ଜିଲ୍ଲାରେ ୯୫୦ ଜଣକୁ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଥିବା ନେଇ ସୁଚନା ମିଳିଛି। ଅନ୍ୟପକ୍ଷରେ ଜିଲ୍ଲାର ରିଆମାଳ ବ୍ଲକ ଠାରେ ମଧ୍ୟ ବ୍ଲକ୍ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )