July 4, 2025
Home » ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ଜିଲ୍ଲାରେ ୧୬୨୯ ଜଣ ହିତାଧୀକାରୀ ଚିହ୍ନଟ

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ଜିଲ୍ଲାରେ ୧୬୨୯ ଜଣ ହିତାଧୀକାରୀ ଚିହ୍ନଟ

0
WhatsApp Image 2025-03-30 at 6.05.29 PM

ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମାଲକାନଗିରି ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ସ୍ଥାନୀୟ ବ୍ଲକ ପଡିଆ ଠାରେ ଆଜି ୩୦/୩/୨୫ ତାରିଖ ଶୁଭାରମ୍ଭ କରାଯାଇଛି । ଏହା ମୁଖ୍ୟତଃ ଅସହାୟ, ବିଧବା, ପ୍ରାକୃତିକ ବିପର୍ଯ୍ୟୟ ପୀଡିତ, ଦୁଃସାଧ୍ୟ ରୋଗାକ୍ରାନ୍ତ, ଦିବ୍ୟାଙ୍ଗ,ଅତି ଆବଶ୍ୟକ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଯୋଜନାରେ ଚିହ୍ନଟ କରି ଗୃହ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ମାଲକାନଗିରି ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମୀ, ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହlଲଦର୍ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମାଡ଼କାମୀ କହିଛନ୍ତି ଯେ ଏହି ଯୋଜନାଦ୍ଵାରା ଅସହାୟ ବ୍ୟକ୍ତି ବିଶେଷ ଗୃହ ସୁବିଧା ପାଇପାରିବେ। ଯଦ୍ୱାରା ବିକଶିତ ଓଡ଼ିଶା ଓ ସୁନ୍ଦର ମାଲକାନଗିରି ଜିଲ୍ଲା ସ୍ଵପ୍ନ ସାକାର ହୋଇପାରିବ ବୋଲି କହିଥିଲେ। ଜିଲ୍ଲାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬୨୯ ଜଣ ହିତାଧୀକାରୀଙ୍କୁ ଚିହ୍ନଟ କରାଯାଇଛି। ୪ ମାସ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୨୦ ହଜାର ଓ ୬ ମାସ ଭିତରେ ଘର ତିଆରି ହେଲେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ସହାୟତା ଯୋଗାଇ ଦିଆଯିବ । ସେହିପରି ୯୫ ଦିନର ମନରେଗା କାମ ଯୋଗାଇ ଦିଆଯିବ। ବିଦ୍ୟୁତ୍, ପାନୀୟ ଜଳ, ଇନ୍ଧନ ଓ ଟଏଲେଟ ପାଇଁ ମଧ୍ୟ ଅନ୍ୟ ଯୋଜନା ମାଧ୍ୟମରେ ସୁବିଧା କରାଯିବାର ବ୍ୟବସ୍ଥା ରହିଛି। ସମସ୍ତ ଅତିଥି ହିତାଧୀକାରୀ ମାନଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଚେକ୍ ସହ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଛନ୍ତି। ସଦର ବିଡିଓ ତପନ କୁମାର ସେନାପତି କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଓ ବ୍ଳକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏଥିରେ ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ହିତାଧୀକାରୀ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକ ଯୋଡି ହୋଇଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *